ସୀମାପାର ଆତଙ୍କବାଦ ରୋକିବାକୁ ସେନା ଅଭିଯାନ ଜାରି ରହିବ : ବିପିନ ରାୱତ

ସୀମାପାର ଆତଙ୍କବାଦ ରୋକିବାକୁ ସେନା ଅଭିଯାନ ଜାରି ରହିବ : ବିପିନ ରାୱତ

Copy Editor RKD | Published On: Jan 14, 2018 07:11 PM IST |   84

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ ସମାପ୍ତ କରିବା ପାଇଁ ସେନାର ଅଭିଯାନ ଜାରି ରହିବ ବୋଲି ଭାରତୀୟ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ସଂକେତ ଦେଇଛନ୍ତି । ଏହାସହ ଆଞ୍ଚଳିକ ଶାନ୍ତି ବଜାୟ ରଖିବାକୁ ହେଲେ ରାଜନୈତିକ ଆଲୋଚନା ସହ ସାମରିକ ଅଭିଯାନର ଅଭିଯାନର ଜାରି ରଖିବା ଆବଶ୍ୟକ ବୋଲି ରାୱତ ମତବ୍ୟକ୍ତ କରିଛନ୍ତି । ସୀମାପାର ଆତଙ୍କବାଦକୁ ବନ୍ଦ କରିବାକୁ ହେଲେ ସେନାର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ନେବା ଉପରେ ରାୱତ ଗୁରୁତ୍ୱ ଦେଇଛନ୍ତି । ପ୍ରକାଶ ଯେ କିଛି ଦିନ ପୂର୍ବରୁ ସେନା ମୁଖ୍ୟ ରାୱତ ଚୀନ ଓ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ପ୍ରତିକ୍ରିୟା ରଖିଥିଲେ । ଏହାପରେ ରବିବାର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେନା ପ୍ରମୁଖ ରାୱତ କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ବର୍ତ୍ତମାନ ସ୍ଥିତିର ସାମ୍ନା କରିବାକୁ ସେଠାରେ ମୁତୟନ ସଶସ୍ତ୍ର ବଳଙ୍କୁ ନୂତନ ଋଣନୀତି ଓ ଯୁଦ୍ଧ ନୀତିକୁ ବିକଶିତ କରିବା ଆବଶ୍ୟକ । ବର୍ଷେ ତଳେ ସେ ସେନା ମୁଖ ପଦ ଗ୍ରହଣ କରିବା ସମୟର ସ୍ଥିତିଠାରୁ ବର୍ତ୍ତମାନର ସ୍ଥିତିରେ ସୁଧାର ଆସିଛି । ଆତଙ୍କବାଦକୁ ବନ୍ଦ କରିବାକୁ ହେଲେ ପାକିସ୍ତାନକୁ ଅଧିକ ଚାପଗ୍ରସ୍ତ କରିବା ଆବଶ୍ୟକ । ସେଥିପାଇଁ ସେନା ଅଭିଯାନ ଜାରି ରହିବା ଆବଶ୍ୟକ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।