ବିଶ୍ୱ ବିନିର୍ମାଣ ସୂଚକାଙ୍କର ୩୦ ନମ୍ବର ସ୍ଥାନରେ ଭାରତ

ବିଶ୍ୱ ବିନିର୍ମାଣ ସୂଚକାଙ୍କର ୩୦ ନମ୍ବର ସ୍ଥାନରେ ଭାରତ

Copy Editor RKD | Published On: Jan 14, 2018 06:27 PM IST |   179

ନୂଆଦିଲ୍ଲୀ : ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ) ପକ୍ଷରୁ ସଦ୍ୟପ୍ରକାଶିତ ବିଶ୍ୱ ବିନିର୍ମାଣ ସୂଚକାଙ୍କର ଏକ ରିପୋର୍ଟରେ ଭାରତ ୩୦ ନମ୍ବର ସ୍ଥାନରେ ରହିଛି । ବ୍ରିକ୍ସ ରାଷ୍ଟ୍ର (ଚୀନ, ଭାରତ, ବ୍ରାଜିଲ, ରୁଷିଆ, ଦକ୍ଷିଣ ଆଫି୍ରକା ) ମଧ୍ୟରୁ ଚୀନ ୫ନଂ ସ୍ଥାନରେ ରହିଛି । ତେବେ ଭାରତ ପଛକୁ ବ୍ରାଜିଲ ଓ ରୁଷିଆ ଓ ଦକ୍ଷିଣ ଆଫି୍ରକା ରହିଛନ୍ତି । ବିଶ୍ୱ ବିନିର୍ମାଣ ସୂଚକାଙ୍କରେ ଜାପାନ ପ୍ରଥମ ସ୍ଥାନରେ ରହିଛି । ବିଶ୍ୱ ବିନିର୍ମାଣ ସୂଚକାଙ୍କର ଶ୍ରୀର୍ଷ ୧୦ ଦେଶ ମଧ୍ୟରେ ଜାପାନ ପଛକୁ ଦକ୍ଷିଣ କୋରିଆ, ଜର୍ମାନି, ସୁଇଜରଲାଣ୍ଡ, ଚୀନ, ଚେକ୍‌ ଗଣରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ୱିଡେନ, ଅଷ୍ଟ୍ରିଆ ଏବଂ ଆୟର୍ଲାଣ୍ଡ ରହିଛନ୍ତି । ବ୍ରିକ୍ସ ରାଷ୍ଟ୍ରଙ୍କ ମଧ୍ୟରୁ ଭାରତ ୩୦ ନମ୍ବର ସ୍ଥାନରେ ରହିଥିବାବେଳେ ରୁଷିଆ ୩୫ ନଂ, ବ୍ରାଜିଲ ୪୧ ନଂ ଓ ଦକ୍ଷିଣ ଆଫ୍ରିକା ୪୫ ନଂ ସ୍ଥାନରେ ରହିଛନ୍ତି । ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ) ପକ୍ଷରୁ ପ୍ରକାଶିତ ‘ଭବିଷ୍ୟତ ବିନିର୍ମାଣ ପାଇଁ ପ୍ରସ୍ତୁତି’ ଶୀର୍ଷକ ରିପୋର୍ଟରେ ବିଭିନ୍ନ କ୍ଷେତ୍ରକୁ ମାପଦଣ୍ଡ ଭାବେ ନିଆଯାଇଛି । ୧୦୦ଟି ଦେଶକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଆଧୁନିକ ଉଦ୍ୟୋଗିକ ଗଠନ ମୂଳକ ଓ ମିଳିତ ପଦକ୍ଷେପକୁ ସମୀକ୍ଷା କରାଯାଇଥିଲା । ରିପୋର୍ଟରେ ୧୦୦ଟି ଦେଶକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସର୍ବାଧିକ ଗଠନ ମୂଳକ ପଦକ୍ଷେପ ନେଇ ଭବିଷ୍ୟତ ପାଇଁ ଦୃଢ ପ୍ରସ୍ତୁତ ଥିବା ରାଷ୍ଟ୍ରଗୁଡ଼ିକୁ, (ମାର୍ଗଦର୍ଶୀ ବା ପ୍ରଥମ) ସୀମିତ ବର୍ତ୍ତମାନର ଭିତ୍ତିଭୂମି ଓ ଭବିଷ୍ୟତ ପାଇଁ ଉଚ୍ଚ ସମ୍ଭବନା ଥିବା ରାଷ୍ଟ୍ରଗୁଡ଼ିକୁ (ସର୍ବାଧିକ ସମ୍ଭାବନା), ଦୃଢ ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ବିପଦପୂର୍ଣ୍ଣ ରାଷ୍ଟ୍ର ଗୁଡ଼ିକୁ (ବସିୟତ), ବର୍ତ୍ତମାନର ସୀମିତ ଭିତ୍ତିଭୂମି ଓ ଭବିଷ୍ୟତ ପାଇଁ ନ୍ୟୁନ ପ୍ରସ୍ତୁତ ରାଷ୍ଟ୍ରଗୁଡ଼ିକୁ (ଉଦୀୟମାନ) ବୋଲି ଶ୍ରେଣୀରେ ବିଭକ୍ତ କରାଯାଇଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।