‘ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ସମାଧାନ ପାଇଁ ୨ରୁ ୩ ଦିନ ଲାଗିବ’

ଜଷ୍ଟିସ୍‌ ଚେଲାମେଶ୍ୱରଙ୍କୁ ଭେଟିଲେ ବାର କାଉନସିଲର ପ୍ରତିନିଧି ମଣ୍ଡଳ

Copy Editor RKD | Published On: Jan 14, 2018 05:39 PM IST | Updated On: Jan 14, 2018 05:41 PM IST |   91

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଶୁକ୍ରବାର ୪ଜଣ ବରିଷ୍ଠ ବିଚାରପତି ବିଦ୍ରୋହକୁ ଓହ୍ଲାଇବା ପରେ ଏହାର ସମାଧାନ ପାଇଁ ତ୍ୱରିତ ବେଗରେ ପ୍ରୟସା ଜାରି ରହିଛି । ସମାଧାନ ପାଇଁ ଭାରତୀୟ ବାର କାଉନସିଲର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧିମଣ୍ଡଳୀ ବିଚାରପତିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ରବିବାର ସକାଳେ ବାର କାଉନସିଲ ପ୍ରତିନିଧିମଣ୍ଡଳୀ ବରିଷ୍ଠ ବିଚାରପତି ଚେଲାମେଶ୍ୱରଙ୍କୁ ସାକ୍ଷାତ କରିଥିଲେ । ଏହାପରେ ପ୍ରତିନିଧିମଣ୍ଡଳୀ ଅନ୍ୟ ୩ ବିଚାରପତି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ କରିବେ । ସମସ୍ତଙ୍କ ମତାମତ ନିଆଯାଇ ବିବାଦର ସମାଧାନର ବାଟ ବାହାର କରାଯିବ । ଏହା ସୁପ୍ରିମକୋର୍ଟର ଆଭ୍ୟନ୍ତରୀଣ ମାମଲା । ଏହାର ସମାଧାନ ପାଇଁ ଅନ୍ୟୁନ ୨ରୁ ୩ ଦିନ ସମୟ ଲାଗିବ ବୋଲି ବାର କାଉନସିଲ ପ୍ରତିନିଧିମଣ୍ଡଳୀ ପକ୍ଷରୁ କୁହାଯାଇଛି । ଏନେଇ ଶନିବାର ବିଭିନ୍ନ ଆଇନଜୀବୀ କାଉନସିଲ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ସାମ୍ବିଧାନିକ ପ୍ରକ୍ରିୟାରେ ବରିଷ୍ଠ ବିଚାରପତିଙ୍କ ଉପସ୍ଥିତିରେ ବିବାଦର ସମାଧାନ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ । ଉଲ୍ଲେଖ ଯେ ଶୁକ୍ରବାର ସୁପ୍ରିମକୋର୍ଟର ୪ ବରିଷ୍ଠ ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍‌ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଧାନ ବିଚାରପତିଙ୍କ ପ୍ରାଶାସନିକ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।