୧ ଲକ୍ଷ କୋଟିର ଶତ୍ରୁଙ୍କ ସମ୍ପତ୍ତି ନିଲାମ ହେବ!

୧ ଲକ୍ଷ କୋଟିର ଶତ୍ରୁଙ୍କ ସମ୍ପତ୍ତି ନିଲାମ ହେବ!

Copy Editor RKD | Published On: Jan 14, 2018 05:12 PM IST | Updated On: Jan 14, 2018 06:48 PM IST |   486

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ଥିବା ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୯, ୪୦୦ ଶତ୍ରୁଙ୍କ ସମ୍ପତ୍ତି ନିଲାମ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଅଧିକାରୀଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସମ୍ପତ୍ତିର ଚିହ୍ନଟ ଆରମ୍ଭ ହୋଇଯାଇଛି । ଚୀନ ଏବଂ ପାକିସ୍ତାନର ନାଗରିକତ୍ୱ ଗ୍ରହଣ କରିଥିବା ଲୋକଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ବୋଲ କୁହାଯାଏ । ୪୯ ବର୍ଷ ପୁରୁଣା ଶତ୍ରୁ ସମ୍ପତ୍ତି ନିୟମରେ ସଂଶୋଧନ ପରେ ସରକାର ଏହି ପଦକ୍ଷେପ ଉଠାଇବାକୁ ଯାଉଛନ୍ତି । ଏହି ଆଇନ ମୁତାବକ ଦେଶ ବିଭାଜନ ସମୟରେ ଓ ଏହା ପରେ ପାକିସ୍ତାନ ଏବଂ ଚୀନ ଯାଇ ସେଠାରେ ଅବସ୍ଥାନ କରିଥିବା ଲୋକଙ୍କ ସମ୍ପତ୍ତି ଉପରେ ସେମାନଙ୍କ ଉତ୍ତରାଧୀକାରୀଙ୍କ ଅଧିକାର ରହେନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ନିକଟରେ ଏକ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ତଥ୍ୟ ଦିଆଯାଇଥିଲା ଯେ ୬,୨୮୯ ଶତ୍ରୁଙ୍କ ସମ୍ପତ୍ତିର ସର୍ବେକ୍ଷଣ କରାଯାଇସାରିଛି । ବାକି ୨,୯୯୧ ଶତ୍ରୁଙ୍କ ସମ୍ପତ୍ତି ସର୍ବେକ୍ଷଣ କରାଯାଉଛି । ଏହିସବୁ ସମ୍ପତ୍ତିକୁ ଖାଲି କରାଯାଇ ଶୀଘ୍ର ନିଲାମ କରିବାର ବ୍ୟବସ୍ଥା କରିବାକୁ ଗୃହମନ୍ତ୍ରୀ ଶ୍ରୀ ସିଂହ ନିର୍ଦେଶ ଦେଇଥିଲେ । ଏହି ସବୁ ଶତ୍ରୁ ସମ୍ପତ୍ତିର ମୂଲ୍ୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଦେଶରେ ମୋଟ ୯, ୪୦୦ ଶତ୍ରୁ ସମ୍ପତ୍ତି ରହିଛି । ଏହାମଧ୍ୟରୁ ସର୍ବାଧିକ ୪,୯୯୧ଟି ସମ୍ପତ୍ତି କେବଳ ଉତ୍ତରପ୍ରଦେଶରେ ରହିଛି । ଏହାପରେ ପଶ୍ଚିମବଙ୍ଗରେ ୨,୭୩୫ଟି, ଜାତୀୟ ରାଜଧାନୀ ଦିଲ୍ଲୀରେ ୪୮୭ଟି ଶତ୍ରୁ ସମ୍ପତ୍ତି ରହିଛି । ଏମାନଙ୍କ ମଧ୍ୟରୁ ଚୀନ ନାଗରିକତ୍ୱ ଗ୍ରହଣ କରିଥିବା ୧୨୬ଟି ଶତ୍ରୁଙ୍କ ସମ୍ପତ୍ତି ରହିଛି । ଚୀନ ନାଗରିକତ୍ୱ ସହ ସମ୍ପର୍କିତ ସର୍ବାଧିକ ୫୭ଟି ଶତ୍ରୁ ସମ୍ପତ୍ତି ମେଘାଳୟରେ ରହିଥିବାବେଳେ ପଶ୍ଚିବଙ୍ଗରେ ୨୯, ଆସାମରେ ୭ଟି ଶତ୍ରୁ ସମ୍ପତ୍ତି ରହିଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।