ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

Copy Editor RKD | Published On: Jan 14, 2018 04:49 PM IST |   1031

ଇସଲାମାବାଦ/ନୂଆଦିଲ୍ଲୀ : ଭାରତୀୟ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପାକିସ୍ତାନକୁ ‘ପରମାଣୁ ବାହାପିଆ’ କହି କଟାକ୍ଷ କରିବା ପରେ ପାକିସ୍ତାନୀ ନେତାମାନେ ଆଣବିକ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି । ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ମୋହମ୍ମଦ ଆସିଫ୍‌ ଟ୍ୱିଟ୍‌ କରି ଭାରତକୁ ପରମାଣୁ ଆକ୍ରମଣ ପାଇଁ ଧମକ ଦେଇଛନ୍ତି । ମୋହମ୍ମଦ ଆସିଫ ଟ୍ୱିଟ୍‌ କରିଛନ୍ତି ଯେ ଭାରତୀୟ ସେନା ମୁଖ୍ୟଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଆଣବିକ ଯୁଦ୍ଧକୁ ଆମନ୍ତ୍ରଣ କରୁଛି । ଯଦି ଭାରତ ଏହା ଚାହୁଁଛି ଓ ଆମ ସଂକଳ୍ପର ପରୀକ୍ଷାକୁ ସ୍ୱାଗତ କରୁଛି; ତେବେ ନିସନ୍ଦେହରେ ସେମାନଙ୍କୁ ଆମେ ସହଜରେ ନିଶ୍ଚିହ୍ନ କରିଦେବୁ । ପାକିସ୍ତାନ ସେନା ମୁଖପାତ୍ର ମେଜେର ଜେନେରାଲ ଆସିଫ ଘାଫୁର ଭାରତ ଉପରେ ପରମାଣୁ ଆକ୍ରମଣ ପାଇଁ ଧମକ ଦେବାର କିଛି ଘଣ୍ଟା ପରେ ତାର ବିଦେଶ ମନ୍ତ୍ରୀ ଏଭଳି ଟିପ୍ପଣୀ ଦେଇଛନ୍ତି । ଘାଫୁର କହିଥିଲେ ଯେ ଆମ ପାଖରେ ବିଶ୍ୱସନୀୟ ପରମାଣୁ କ୍ଷମତା ଅଛି । ଭାରତ ଯଦି ଆମ ସଂକଳ୍ପର ପରୀକ୍ଷା ପାଇଁ ଇଚ୍ଛା କରୁଛି, ତେବେ ଚେଷ୍ଟା କରି ଦେଖିନେଉ । ସେହିପରି ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ମୁଖପାତ୍ର ମୋହମ୍ମଦ ଫୈଜଲ ଟ୍ୱିଟ୍‌ କରି ଭାରତୀୟ ସେନା ମୁଖ୍ୟ ବିପିନ ରାୱତଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି । ଫୈଜଲ ଟ୍ୱିଟ୍‌ କରିଛନ୍ତି ଯେ ଭାରୀୟ ସେନା ମୁଖ୍ୟଙ୍କ ଦାୟିତ୍ୱହୀନ ଏବଂ ଧମକପୂର୍ଣ୍ଣ ମନ୍ତବ୍ୟ ଭାରତର ଖଳ ଆଭିମୁଖ୍ୟକୁ ଦର୍ଶାଉଛି । ଏହି ମନ୍ତବ୍ୟକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ । ନିଜର ପ୍ରତିରକ୍ଷା ପାଇଁ ପାକିସ୍ତାନର ପୂର୍ଣ୍ଣକ୍ଷମତା ରହିଛି । ଭ୍ରମରେ ପଡ଼ି କିଛି ଦୁର୍ଗତି ନଘଟୁ । ପ୍ରକାଶ ଯେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସେନା ମୁଖ୍ୟ ରାୱତ କହିଥିଲେ ଯେ ଆମକୁ ପାକିସ୍ତାନକୁ ପ୍ରକୃତରେ ସାମ୍ନା କରିବାକୁ ପଡ଼ିଲେ । ଆମେ ସୀମା ପାର ଯାଇ ସେମାନଙ୍କ ପରମାଣୁ ବାହାପିଆକୁ ନଷ୍ଟ କରିଦେବୁ । ଏହାପରେ ପାକିସ୍ତାନର ନେତା ଓ ସେନା ମୁଖ୍ୟ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।