ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୩୧୫

ଅଶ୍ୱିନଙ୍କୁ ୪ ୱିକେଟ

Copy Editor AH | Published On: Jan 14, 2018 04:18 PM IST | Updated On: Jan 14, 2018 05:01 PM IST |   131


ସେଞ୍ଚୁରିଅନ୍‌ : ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ୩୧୫ ରନ୍‌ କରି ଅଲ ଆଉଟ ହୋଇଛି । ସେଞ୍ଚୁରିଅନ୍‌ର ସୁପର ସ୍ପୋର୍ଟସ ପାର୍କରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୨ୟ ଦିନରେ ମଧ୍ୟାହ୍ନ ଭୋଜନ ବିରତିର କିଛି ସମୟ ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୧୫ ରନ୍‌ କରି ଅଲ ଆଉଟ୍‌ ହୋଇଯାଇଥିଲା । ପରେ ଭାରତ ବ୍ୟାଟିଂ ଆରମ୍ଭ କରି କୌଣସି ୱିକେଟ ନ ହରାଇ ୪ ରନ କରିଛି ।


ଗତକାଲିର ଅସମାପ୍ତ ଇନିଂସ ୨୬୯/୬ରୁ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଆଉ ମାତ୍ର ୪୬ ରନ ଯୋଗ କରିବା ପରେ ୪ ୱିକେଟ ହରାଇଥିଲା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ମାର୍କରାମ(୯୪), ଆମ୍‌ଲା (୮୨) ଏବଂ  ଡୁ ପ୍ଲେସି(୬୩) ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ପକ୍ଷରୁ ଅଶ୍ୱିନ ଆଜି ଆଉ ଗୋଟିଏ ୱିକେଟ ନେବା ସହିତ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଈଶାନ୍ତ ଶର୍ମା ୩ଟି ଏବଂ ସାମି ଗୋଟିଏ ୱିକେଟ୍‌ ଦଖଲ କରିଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।