୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୦୦ ରନ୍‌ରେ ହରାଇଲା ଭାରତ

.

Published On: Jan 14, 2018 04:08 PM IST | Updated On: Jan 14, 2018 04:09 PM IST |   241

ଓ୍ୱେଲିଂଟନ୍‌: ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ କ୍ରିକେଟର ପ୍ରଥମ ମ୍ୟାଚରେ ବିଜୟ ସ୍ୱାଦ ଚାଖିଛି ଭାରତ । ତିନ ଥର ବିଶ୍ୱ କପ୍‌ କ୍ରିକେଟ ଜିତିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଭାରତ ୧୦୦ ରନ୍‌ରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୩୨୮ କରିଥିଲା। ଭାରତର ଓପନିଂ ବ୍ୟାଟସ୍‌ମ୍ୟାନ ତଥା ଅଧିନାୟକ ପୃଥିବୀ ଶ ୯୪ ରନ୍‌ , ମନଜୋତ କାର୍ଲା ୮୬ ରନ୍‌ ଓ ଶୁଭମ୍‌ ଗିଲ୍‌ ୬୩  କରିଥିଲେ।  ସେହପରି ଭାରତର ବୋଲର୍‌ କମଲେଶ୍‌ ନାଗରକୋଟିସ ଓ ଶିବମ୍‌ ମାଭି ତିନୋଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ। ୪୨.୫ ଓଭରରେ  ଅଷ୍ଟ୍ରେଲିଆ ୨୨୮ ରନ୍‌ରେ ସମସ୍ତ ଓ୍ୱିକେଟ ହରାଇଥିଲା।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।