ପ୍ରୋଟକଲ ଭାଙ୍ଗି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

.

Published On: Jan 14, 2018 03:13 PM IST | Updated On: Jan 14, 2018 03:20 PM IST |   228

ନୂଆଦିଲ୍ଲୀ: ୬ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ପ୍ରୋଟକଲ ଭାଙ୍ଗି ବିମାନ ବନ୍ଦରରେ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଛନ୍ତି ।  ନେତାନ୍ୟାହୁଙ୍କ ସହ ତାଙ୍କର ପତ୍ନୀ ସାରା ଆସିଛନ୍ତି ।

 ୧୫ ବର୍ଷ ପରେ ସେ ପ୍ରଥମ ପାଇଁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି । ୨୦୦୩ରେ ଏରିଏଲ୍‌ ସାରୋନ୍‌ ଭାରତ ଗସ୍ତରେ ଆସିଥିଲେ ।

ଏହି ଗସ୍ତ ସମସୟରେ ଭାରତ ଓ ଇସ୍ରାଏଲ୍ ମଧ୍ୟରେ ବହୁ ଚୁକ୍ତି ସ୍ୱାକ୍ଷର ହେବାର ଅଛି । ଭାରତକୁ ଆସିବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ କରିବା ସହ ସୁରକ୍ଷା, ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କକୁ ଆହୁରି ଦୃଢ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଦିଲ୍ଲୀରେ ପହଞ୍ଚିବା ପରେ ନେତାନ୍ୟାହୁ  ପ୍ରଥମେ ତିନିମର୍ତ୍ତୀ ଚୌକକୁ ଯାଇଥିଲେ। ସେ ସେଠାରେ ସହିଦ ହୋଇଥିବା ସେନା ଯବାନ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।