ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ ମକର ସଂକ୍ରାନ୍ତି

.

Copy Editor RRM | Published On: Jan 14, 2018 08:10 AM IST |   207

ଆଜି ପବିତ୍ର ମକର ସଂକ୍ରାନ୍ତି। ଏହା ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ଯାହା ମଣିଷ ଜୀବନରେ ନୂତନତ୍ୱ ଆଣି ଦେଇଥାଏ। ଦେଶର ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଥାଏ। ଉତ୍ତରପ୍ରଦେଶ,ବିହାର ଓ ମଧ୍ୟପ୍ରଦେଶରେ ମକର ସଂକ୍ରାନ୍ତିର ପର୍ବ ମୁଖ୍ୟତଃ ଖିଚଡ଼ି ପର୍ବ ଭାବେ ପାଳିତ ହୋଇଥାଏ। ଏହି ଦିନ ଠାରୁ ପ୍ରୟାଗର ତ୍ରିବେଣୀ ସଙ୍ଗମରେ ଆରମ୍ଭ ହୋଇଥାଏ । ଏହି ପର୍ବ ଉତ୍ତରାଖଣ୍ଡରେ ଉତ୍ତରାୟଣୀ ନାମରେ ପାଳିତ ହୋଇଥାଏ। ଏହି ଅବସରରେ ଉତ୍ତରଖଣ୍ଡରେ ଅନୁଷ୍ଠିତ ହେଉଥିବା ଦୁଇଟି ମେଳା ପ୍ରସିଦ୍ଧ। ଏଥିମଧ୍ୟରୁ ପ୍ରଥମଟି ହେଲା ବାମେଶ୍ୱର(କୁମାଉଁ)ର ଉତ୍ତରାୟଣୀ ମେଳା ଓ ଅନ୍ୟଟି ହେଲା ଉତ୍ତରକାଶୀ (ଗଢ଼ବାଲ)ର ମାଘ ମେଳା। ମକର ସଂକ୍ରାନ୍ତି ଅବସରରେ ପଶ୍ଚିମବଙ୍ଗ ଖାଡ଼ିସ୍ଥିତ ଗଙ୍ଗାନଦୀ ଘାଟରେ ପୂଣ୍ୟ ସ୍ନାନ ଲାଗି ଭାରତ ସମେତ ନେପାଳ, ଭୁଟାନ ଓ ବାଂଲାଦେଶର ୨୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।