ତିନିଜଣ ସାଧ୍ୱୀଙ୍କୁ ବଳାତ୍କାର

.

Copy Editor RRM | Published On: Jan 14, 2018 02:07 AM IST |   521

ପାଟନା: ବିହାରର ନୱାଡା ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମସ୍ଥିତ ଏକ ଆଶ୍ରମରେ ତିନିଜଣ ସାଧ୍ୱୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଗତବର୍ଷ ଡିସେମ୍ବର ୧୨ରେ ଏହି ଘଟଣା ଘଟିଥିଲେ ସୁଦ୍ଧା ବିଭିନ୍ନ ଧମକକୁ ଡରି ପୀଡିତାମାନେ କୌଣସି ଏତଲା ଦାଏର କରିନଥିଲେ । ଶେଷରେ ଏକ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଜାନୁଆରୀ ୪ରେ ଏତଲା ଦାଏର ହେବାପରେ ପୁଲିସ ପାଞ୍ଚଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଘଟଣାପରେ ତିନିଜଣ ପୀଡିତା ପଶ୍ଚିମବଙ୍ଗ ଚାଲିଯାଇଥିଲେ । ଅଭିଯୁକ୍ତମାନେ ଆଶ୍ରମ ସହ ସଂପୃକ୍ତ ଅଛନ୍ତି ଏବଂ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ