ପାକ୍‌ ସେନାର ଗୁଳିରେ ଭାରତୀୟ ଯବାନ ସହିଦ

.

Copy Editor RRM | Published On: Jan 14, 2018 01:33 AM IST |   406

ଶ୍ରୀନଗର- ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନାର ଗୁଳିବିନିମୟରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଶନିବାର ଅପରାହ୍ଣ ପ୍ରାୟ ୨ଟାରେ ଜାମ୍ମୁ ଓ କାଶ୍ମୀରର ରାଜୌରୀ ଜିଲା ଅନ୍ତର୍ଗତ ସୁନ୍ଦରବେଣୀ ସେକ୍ଟର ପାକିସ୍ତାନ ସେନା ସୀମା ଆରପଟୁ ଅଚାନକ ଗୁଳି ଚଳାଇଥିଲା । ଭାରତୀୟ ସେନା ଏହାର ଦୃଢ ଯବାବ ଦେଇଥିଲା । ଗୁଳିବିନିମୟ ଚାଲିଥିବାବେଳେ ଲାନ୍ସ ନାଏକ ଯୋଗେଶ ମୁରଲୀଧର ନାମକ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା । ଲାନ୍ସ ନାଏକ ଯୋଗେଶଙ୍କ ବୟସ ୨୮ ଓ ତାଙ୍କ ଘର ମହାରାଷ୍ଟ୍ରର ଖଲାନେ ଗ୍ରାମରେ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ