ରାଜଧାନୀରେ ହୁକ୍କା ବାର୍‌ ଉପରେ ଚଢଉ

.

Copy Editor RRM | Published On: Jan 14, 2018 01:00 AM IST |   199

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୁକାବାର ଉପରେ ଶନିବାର ସନ୍ଧ୍ୟାରେ କମିଶନରେଟ ପୁଲିସ ପକ୍ଷରୁ ଚଢଉ କରାଯାଇଛି । ସହିଦନଗର ଥାନା ଅନ୍ତର୍ଗତ ଭବାନୀ ମଲର ୨ଟି ହୁକ୍କା ବାର୍‌ ଏବଂ ଇନ୍‌ଫୋସିଟି ଅଞ୍ଚଳର ୪ହୁକ୍କା ବାର୍‌ ଉପରେ ଏହି ଚଢଉ କରାଯାଇଛି । ଭବାନୀ ମଲର ଚାୟ ପତି, ଚାୟ ବ୍ରେକ୍‌ ଉପରେ ଚଢଉ କରାଯାଇଥିବାବେଳେ ଇନ୍‌ଫୋସିଟି ଅଞ୍ଚଳର ଖୁକିନିଖି,ସାନୋକି, ରିଚାର୍ଜ କିଚେନ ଏବଂ ଆଡ୍ଡା ଉପରେ ପୁଲିସ ଚଢଉ କରିଛି । ଚଢଉ ସମୟରେ ବିଭିନ୍ନ କେମିକାଲ, ହୁକା ପାଉଁଶ, ମସଲା ଚିଲମ ଏବଂ ବହୁ ପରିମାଣରେ ହୁକ୍କା ଜବତ କରାଯାଇଛି । ଭୁବନେଶ୍ୱରରେ ଥିବା ସମସ୍ତ ହୁକ୍କା ବାର୍‌ ଉପରେ ଚଢଉ କରାଯିବାକୁ ନିର୍ଦେଶ ଦିଆଯାଇଛି ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି । ଜବତ ହୋଇଥିବା ସରଞ୍ଜାମରେ ନିକୋଟିନ ଅଛି କି ନାହିଁ ତାହା ପରୀକ୍ଷା ପାଇଁ ପଠାଯିବ । ନିକୋଟିନ ବାହାରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ