ରବିବାର ରାଶିଫଳ

.

Copy Editor RRM | Published On: Jan 14, 2018 12:18 AM IST |   1712

ମେଷ: ବିଶ୍ରାମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିବେ । ସ୍ୱାଭିମାନୀ ହୋଇପାରନ୍ତି । ଶୁଦ୍ଧପୂତ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ନିର୍ଭିକ ହେବେ । ବିଧି-ବିଧାନ ଉପରେ ଗୁରୁତ୍ୱ ଆରୋପ କରିପାରନ୍ତି ।
ବୃଷ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସ୍ୱଭାବ ସୁଲଭ ଗୁଣ ପ୍ରୟୋଗରେ କାର୍ଯ୍ୟ ସମ୍ପାଦନ କରି ପାରନ୍ତି । କୀର୍ତ୍ତିମାନ ହେବେ । ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ ।
ମିଥୁନ: ଦୃଢ଼ ମନୋବଳକୁ ପାଥେୟ କରି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । କାର୍ଯ୍ୟ ଦୋଷାବହ ହୋଇପାରେ । ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବାକୁ ପଡ଼ିବ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ ।
କର୍କଟ: ଚିନ୍ତା ଗ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର କନ୍ୟା ସନ୍ତାନ ଲାଭ କରି ପାରନ୍ତି । ଶତ୍ରୁତା ଆଚରଣ ଅବସାନ ଘଟିପାରେ । କଳା ବିଦ୍ୟାପ୍ରତି ଆକୃଷ୍ଟ ହେବେ । ଆକସ୍ମିକ ଧନ ଲାଭ ହୋଇପାରେ । ଥଣ୍ଡାରେ ଆକ୍ରାନ୍ତ ହେବେ ।
ସିଂହ: ଉତ୍ତମ ଗୃହରେ ବାସ କରି ପାରନ୍ତି । କୃଷିକ୍ଷେତ୍ରରୁ ଆୟ ଆସିବ । ନିର୍ଭୀକ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିପାରନ୍ତି । ଶତ୍ରୁମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ ।
କନ୍ୟା: ପରିଶ୍ରମର ମୂଲ୍ୟ ମିଳିବ । ବିବାଦୀୟ କ୍ଷେତ୍ରରେ ଓ ପ୍ରତିଯୋଗିତାରେ ବିଜୟୀ ହେବେ । ଯଶସ୍ୱୀ ହୋଇପାରନ୍ତି । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।
ତୁଳା: ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ । ଚଞ୍ଚଳ ମନା ହୋଇପାରନ୍ତି । ଧନବାନ ହେବେ । ସତ୍‌ସଙ୍ଗୀ ଓ ସଦାଚାରୀ ହୋଇପାରନ୍ତି । ମନର ପ୍ରସନ୍ନତା ଦେଖାଦେବ । ନିଜ ବଳରେ ଅର୍ଜିତ ଧନରେ ସୁଖୀ ଜୀବନ ଯାପନ କରିବେ ।
ବିଛା: ଧନବାନ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଆଶାନୁରୂପ ହୋଇପାରେ । ବଳବାନ୍‌ ହେବେ । ମିଷ୍ଟାନ୍ନ ଭୋଜନ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଚିନ୍ତାଧାରା ଉନ୍ନତ ହେବ ।
ଧନୁ: ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ମଧୁରଭାଷୀ ହୋଇପାରନ୍ତି । ବିନୟୀ ବ୍ୟକ୍ତି ଭାବେ ସାମାଜିକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି । ଜଣେ ଉଦ୍ୟମୀ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି । ଧର୍ମପ୍ରିୟ ହେବେ । ତେଜସ୍ୱୀ ହେବେ ।
ମକର: ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହୋଇପାରେ । କରିତ୍‌କର୍ମା ହେବେ । ବ୍ୟବସାୟ ଲାଭଜନକ ହେବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।
କୁମ୍ଭ: ସୁଖ ସମ୍ମାନ ଲାଭ କରି ପାରନ୍ତି । ଯଶସ୍ୱୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି । ଅଳ୍ପକେ ସନ୍ତୁଷ୍ଟ ହେବେ । ବ୍ୟବସାୟ ଲାଭଜନକ ହେବ । ଧୈର୍ଯ୍ୟବାନ ହୋଇପାରନ୍ତି । ମହିଳାମାନଙ୍କ ପ୍ରସାଧନି ବ୍ୟବସାୟ ଲାଭଜନକ ହେବ ।
ମୀନ: ଅର୍ଥ ମିଳିବ । ମହିଳାମାନଙ୍କ ନେତୃତ୍ୱ ନେଇ ମାର୍ଗଦର୍ଶକ ହୋଇପାରନ୍ତି । ଗଣିତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ପ୍ରସିଦ୍ଧ କାର୍ଯ୍ୟ କରି ଉଚ୍ଚମନା ହୋଇପାରନ୍ତି । ଦ୍ୱିଜ ଓ ଦେବତାମାନଙ୍କ ପ୍ରତି ଅନୁରକ୍ତି ରହିବ । ଶ୍ରେଷ୍ଠ ପଦପଦବୀ ମିଳିବ ।

 

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ