ବିଦ୍ୟାଳୟରେ ପଶିଲା ଚିତାବାଘ

୮ ଘଣ୍ଟା ପରେ କାବୁ ହେଲା

Copy Editor RRM | Published On: Jan 14, 2018 12:09 AM IST |   238

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଏକ ବିଦ୍ୟାଳୟରେ ଶନିବାର ଗୋଟିଏ ଚିତାବାଘ ପଶିଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଏକରକମ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରାୟ ୮ ଘଣ୍ଟାର ଅପରେସନ ପରେ ବାଘକୁ ନିଶ୍ଚେତକ ଦେଇ କାବୁ କରାଯାଇଥିଲା । ସକାଳ ପ୍ରାୟ ୧୦ଟାରେ ଠାକୁରଗଞ୍ଜସ୍ଥିତ ସେଣ୍ଟ୍‌ ଫ୍ରାନସିସ୍‌ ସ୍କୁଲରେ ଉକ୍ତ ଚିତାବାଘ ପଶିବା ନେଇ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଥିଲା । ପରେ ପୁଲିସ ଓ ବନ ବିଭାଗ ଟିମ୍‌ ପହଞ୍ଚି ପ୍ରଥମେ ବିଦ୍ୟାଳୟ ହଷ୍ଟେଲରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ । ପରେ ବନ ବିଭାଗ ବାଘକୁ କାବୁ କରି ନେଇଥିଲା । ତେବେ ମୁକ ଓ ବଧିର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ବିଦ୍ୟାଳୟ ଏବେ ପ୍ରବଳ ଥଣ୍ଡା ଯୋଗୁ ବନ୍ଦ ରହିଛି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ