ଆରବ ସାଗରରେ ବୋଟ୍‌ ଓଲଟିଲା

୫ ଛାତ୍ରଛାତ୍ରୀ ନିଖୋଜ, ୩୫ ଉଦ୍ଧାର

Copy Editor RRM | Published On: Jan 13, 2018 11:18 PM IST |   63

ପାଲଗଡ଼ (ମହାରାଷ୍ଟ): ଆଉ ଏକ ଅଭାବନୀୟ ଘଟଣାକ୍ରମେ ଆରବ ସାଗରରେ ଶନିବାର ଏକ ବୋଟ୍‌ ଓଲଟିପଡିବାରୁ ୫ ଛାତ୍ରଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ମହାରାଷ୍ଟ୍ରର ପାଲଗଡ଼ ଜିଲା ଅନ୍ତର୍ଗତ ଦାହାନୁ ତଟବର୍ତ୍ତୀ ଅଞ୍ଚଳରେ ଏହି ଘଟଣା ଘଟିଛି । କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଥିବାରୁ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିବା କୁହାଯାଉଛି । ଇତିମଧ୍ୟରେ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ପାଲଗଡ଼ ଏସ୍‌ପି ମଞ୍ଜୁନାଥ ସିଙ୍ଗେ ସୂଚନା ଦେଇଛନ୍ତି । ଏହି ଘଟଣା ପରେ ତଟରକ୍ଷୀ ବାହିନୀ ପକ୍ଷରୁ ବିମାନ ଏବଂ ଜାହାଜ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦାହାନୁ ଅନ୍ତର୍ଗତ ପାର୍‌ ନାକା ନିକଟସ୍ଥ ବାବୁଭାଇ ଜୁନିଅର୍‌ କଲେଜ୍‌ର ଏହି ଛାତ୍ରଛାତ୍ରୀମାନେ ସକାଳେ ବୋଟ ଯୋଗେ ଆରବ ସାଗର ମଧ୍ୟକୁ ଯାଇଥିଲା । ସମୁଦ୍ରତଟରୁ ୨ ନଟିକାଲ ମାଇଲ୍‌ ଦୂରରେ ସକାଳ ୧୧ଟା ୩୦ ମିନିଟ୍‌ରେ ବୋଟ୍‌ଟି ଭାରସ୍ୟାମ ହରାଇ ଓଲଟିପଡିଥିଲା ବୋଲି ଜିଲାପାଳ ପ୍ରଶାନ୍ତ ନରନାୱାରେ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଜୀବନରକ୍ଷାକାରୀ ଜ୍ୟାକେଟ୍‌ ପିନ୍ଧି ନ ଥିବାରୁ ବୁଡିଯାଇଥିଲେ । ତଟରକ୍ଷୀବାହିନୀ ପକ୍ଷରୁ ତୁରନ୍ତ ଡୋର୍ନିଅର୍‌ ବିମାନ ଏବଂ ହେଲିକପ୍ଟର ଦ୍ୱାରା ୩୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୫ ନିଖୋଜ ଛାତ୍ରଛାତ୍ରୀଙ୍କ ସନ୍ଧାନ ଜାରି ରହିଛି । ଘଟଣାସ୍ଥଳରୁ ୨ଟି ମୃତଦେହ ଉଦ୍ଧାର କରାଯାଇଥିଲେ ମଧ୍ୟ ତାହାକୁ ଚିହ୍ନଟ କରାଯାଇପାରି ନାହିଁ । ତେବେ ଏଥିରେ ପାଖାପାଖି ୪୦ ଛାତ୍ରଛାତ୍ରୀ ଏକାଥରକେ ଯାତ୍ରା କରିଥିଲେ ବୋଲି ସ୍ଥାନୀୟ ବିଜେପି ସାଂସଦ ମନିଶା ଚୌଧୁରୀ ଅଭିଯୋଗ କରିଛନ୍ତି । ଜିଲା ପୁଲିସ ଅଧିକ୍ଷକ ଓ ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।