କ୍ୟାବିନେଟ ମନ୍ତ୍ରୀ ମଧ୍ୟ ମୁହଁ ଖୋଲିବା ଉଚିତ : ଯଶୱନ୍ତ ସିହ୍ନା

କ୍ୟାବିନେଟ ମନ୍ତ୍ରୀ ମଧ୍ୟ ମୁହଁ ଖୋଲିବା ଉଚିତ : ଯଶୱନ୍ତ ସିହ୍ନା

Copy Editor AH | Published On: Jan 13, 2018 10:41 PM IST |   60


ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତିମାନେ ଯେଭଳି ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଦ୍ରୋହ କଲେ, ତାହାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ସ୍ୱାଗତ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତିଙ୍କ ପଦାଙ୍କ ଅନୁସରଣ କରି କେନ୍ଦ୍ରର କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ମୁହଁ ଖୋଲିବା ଉଚିତ ବୋଲି ସିହ୍ନା କହିଛନ୍ତି। ସିହ୍ନା ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଉଚ୍ଚାରଣ କରିନଥିଲେ ସୁଦ୍ଧା ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ନିଷାଣ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ମନମୁଖୀ କାର୍ଯ୍ୟ ଯଦି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ ବୋଲି ଏହି ବିଚାରପତିମାନେ କହିଛନ୍ତି, ସେମାନଙ୍କ କଥାକୁ ଗୁରୁତ୍ୱର ସହ ଗ୍ରହଣ କରାଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମଧ୍ୟ ଅନ୍ୟ ମନ୍ତ୍ରୀଙ୍କ ଭଳି ‘ସମାସ୍କନ୍ଧଙ୍କ ମଧ୍ୟରେ ପ୍ରଥମ’। ଏଣୁ ପ୍ରଧାନମନ୍ତ୍ରୀ ନିଜର ନିଷ୍ପତ୍ତିକୁ ଅନ୍ୟ ମନ୍ତ୍ରୀଙ୍କ ଉପରେ ଲଦିଦେବା ଅପେକ୍ଷା ସେମାନଙ୍କୁ ଗୁରୁତ୍ୱ ଦେବାକୁ ସିହ୍ନା ପରାମର୍ଶ ଦେଇଛନ୍ତି।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।