ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିବା ୨ ବିଚାରପତିଙ୍କ ମତ

ଦିଲ୍ଲୀ ଛାଡ଼ିଲେ ସୁପ୍ରିମକୋର୍ଟର ୩ ବିଚାରପତି

Copy Editor AH | Published On: Jan 13, 2018 10:31 PM IST | Updated On: Jan 13, 2018 10:36 PM IST |   74


ନୂଆଦିଲ୍ଲୀ  : ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବା ସୁପ୍ରିମକୋର୍ଟର ଚାରିଜଣ ବିଚାରପତିଙ୍କ ମଧ୍ୟରୁ ତିନିଜଣ ଶନିବାର ଦିଲ୍ଲୀ ଛାଡି ଅନ୍ୟତ୍ର ଚାଲିଯାଇଥିବା ଜଣାପଡିଛି। ଜଷ୍ଟିସ ଚେଲମେଶ୍ୱର କେବଳ ଦିଲ୍ଲୀରେ ଥିବାବେଳେ ଜଷ୍ଟିସ ରଞ୍ଜନ ଗୋଗୋଇ କଲକାତା, ଜଷ୍ଟିସ ମଦନ ଲୋକୁର ଜବଲପୁର ଓ ଜଷ୍ଟିସ ଜୋସେଫ କୁରିଏନ କୋଚି ଅଭିମୁଖେ ଯାତ୍ରା କରିଛନ୍ତି। ଅସନ୍ତୋଷ ବ୍ୟକ୍ତ କରିବା ସତ୍ତ୍ୱେ ସେମାନେ ଭବିଷ୍ୟତରେ ଜଷ୍ଟିସ ମିଶ୍ରଙ୍କ ସହ କୌଣସି ଖଣ୍ଡପୀଠରେ ଏକାଠି ବସିବେ କି ନାହିଁ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏମାନଙ୍କୁ ପ୍ରଶ୍ନ କରାଯାଇଥିଲା। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ଏହି ବିଚାରପତିମାନେ ମତବ୍ୟକ୍ତ କରିଥିଲେ।

ନ୍ୟାୟପାଳିକାର ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି: ଜଷ୍ଟିସ ଜୋସେଫ

କୋଚି  : ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଧାରାକୁ ନେଇ ଆପତ୍ତି ଉଠାଇବାପରେ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ କୁରିଆନ ଜୋସେଫ ଶନିବାର କେରଳର କୋଚିସ୍ଥିିତ ପୈତୃକ ବାସଭବନରେ ପହଞ୍ଚିଛନ୍ତି। ଏହି ଅବସରରେ ଏକ ମାଲାୟାଲମ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଜଷ୍ଟିସ ଜୋସେଫ କହିଛନ୍ତି ଯେ ଶୁକ୍ରବାର ଚାରିଜଣ ବିଚାରପତି ଯେଉଁ ଅଭିଯାନର ନେତୃତ୍ୱ ନେଇଥିଲେ, ସେଥିରେ ନ୍ୟାୟପାଳିକାର ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଥିଲା। ବର୍ତ୍ତମାନ ଏହା ଏକ ପ୍ରସଙ୍ଗ ପାଲଟିଛି ଏବଂ ଏହାର ସମାଧାନ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ବିଶ୍ୱାସ ଯେଭଳି ବୃଦ୍ଧିପାଇବ, ସେହି ଲକ୍ଷ୍ୟରେ ଆମେ ସାମ୍ବାଦିକ ସମ୍ମିଳନୀରେ ନିଜର ଉଦ୍‌ବେଗ ପ୍ରକାଶ କରିଛୁ ବୋଲି ସେ କହିଛନ୍ତି।

କୌଣସି ସଙ୍କଟ ନାହିଁ: ଜଷ୍ଟିସ ଗୋଗୋଇ

କଲକାତା  : ପ୍ରଧାନ ବିଚାରପତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ ରଞ୍ଜନ ଗୋଗୋଇ ହେଉଛନ୍ତି ଅନ୍ୟତମ। ଶୁକ୍ରବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତ କରିବାପରେ ଜଷ୍ଟିସ ଗୋଗୋଇ ସଂପ୍ରତି କଲକାତା ଆସିଛନ୍ତି। ଶନିବାର ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୁପ୍ରିମକୋର୍ଟରେ କୌଣସି ସଙ୍କଟ ଉପୁଜିନାହିଁ ବୋଲି ସେ ପିଟିଆଇକୁ କହିଛନ୍ତି।

 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।