ସାଧାରଣତନ୍ତ୍ର ଦିବସ ପ୍ୟାରେଡ, ଏଥର ମହିଳା ବାଇକର୍ସଙ୍କର ଦୁଃସାହସିକ ପ୍ରଦର୍ଶନ

୧୧୩ ମହିଳା ବାଇକର୍ସଙ୍କ ଷ୍ଟଣ୍ଟ ପ୍ରଦର୍ଶନ

Copy Editor AH | Published On: Jan 13, 2018 07:04 PM IST |   106


ନୂଆଦିଲ୍ଲୀ : ଜାନୁଆରୀ ୨୬ ତାରିଖରେ ନୂଆଦିଲ୍ଳୀର ରାଜପଥରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଏଥର ମହିଳାମାନେ ଦୁଃସାହସିକ ଷ୍ଟଣ୍ଟ ଦେଖାଇବେ । ପ୍ରତ୍ୟେକ ବର୍ଷ ପୁରୁଷ ଯବାନମାନେ ବାଇକ ଉପରେ ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରିଥାନ୍ତି । କିନ୍ତୁ ଏଥର ସୀମା ସୁାରକ୍ଷା ବଳ ବା ବିଏସଏଫର ୧୧୩ ମହିଳା ବାଇକର୍ସ ଏଥର ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରିବେ । ୩୫୦ ସିସି ୨୬ଟି ରୟାଲ ଏନଫିଲ୍ଡ ମୋଟର ସାଇକେଲରେ ଏରୋବେଟିକ୍ସ ତଥା ଅନ୍ୟ ପ୍ରକାରର ଦୁଃସାହସିକ କଳାକୌଶଳ ପ୍ରଦର୍ଶନ କରିବେ ।

ଜାମ୍ମୁ କାଶ୍ମୀରର ଲଦାଖ କ୍ଷେତ୍ରରେ କାର୍ଯ୍ୟରତ ବିଏସଏଫର ସବଇନସ୍ପେକ୍ଟର ଷ୍ଟେନଜିନ ନାରୟାଙ୍ଗ(୨୮)ଙ୍କ ନେତୃତ୍ୱରେ ୨୦ରୁ ୩୧ ବର୍ଷ ବୟସର ମହିଳା ବାଇକର୍ସ ଦଳ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଭାରତୀୟ ସୈନ୍ୟ ଶକ୍ତି ଏବଂ ସାଂସ୍କୃତିକ ଭବ୍ୟତା ପ୍ରଦର୍ଶନ କରିବେ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।