ଜାଣନ୍ତୁ, ତାୱାରେ କିପରି ବନେଇବେ ବଟର ଗର୍ଲିକ୍ ନାନ୍

.

Published On: Jan 13, 2018 03:33 PM IST | Updated On: Jan 13, 2018 03:39 PM IST |   476

ଆବଶ୍ୟକୀୟ ସାମଗ୍ରୀ: ଏକ କପ୍ ମଇଦା, ଏକ କପ୍ ଦହି, ଛୋଟ ଛୋଟ କଟା ରସୁଣ, କଳା ଜିରା, ଧନିଆ ପତ୍ର, ଅଧା ଚାମଚ ଚିନି, ସ୍ବାଦାନୁଯାୟୀ ଲୁଣ(ଅଧା ଚାମଚ), ଅଳ୍ପ ଖାଇବା ସୋଡା, ବଟର ଏବଂ ରିଫାଇନ ତେଲ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ର ନେଇ ସେଥିରେ ମଇଦା, ସ୍ବାଦାନୁଯାୟୀ ଲୁଣ, ଚିନି ଓ ଖାଇବା ସୋଡା ପକାଇ ଗୋଳାଇ ଦିଅନ୍ତୁ । ଏବେ ସେଥିରେ ଅଳ୍ପ ଅଳ୍ପ କରି ଦହି ଓ ରିଫାଇନ ତେଲ ଦେଇ ଅଟା ଚକଟିଲା ପରି ଚକଟି ଡୋ ପ୍ରସ୍ତୁତ କରନ୍ତୁ । ଏବେ ସେହି ପାତ୍ରଟିକୁ ଏକ କପଡାରେ ଘୋଡାଇ ତା ଉପରେ ଏକ ପାତ୍ର ରଖି ଦିଅନ୍ତୁ । ଯେପରି ପବନ ଯାଇ ପାରିବ ନାହିଁ, ନହେଲେ ନନ୍ ଭଲ ହେବ ନାହିଁ । ଏହି ଡୋ କୁ ୨ରୁ ୩ ଘଣ୍ଟା ଛାଡି ଦିଅନ୍ତୁ ।

୨ରୁ ୩ ଘଣ୍ଟା ପରେ ହାତରେ ଅଳ୍ପ ତେଲ ନେଇ ଆଉ ଥରେ ଭଲକି ଚକଟି ଗୋଲା କରି ରଖନ୍ତୁ । ଏବେ ଏକ ଗିନାରେ ବଟର, କଳା ଜିରା, କଟା ରସୁଣ ଓ ଦନିଆ ପତ୍ର ନେଇ ଭଲକି ଗୋଳାଇ ଦିଅନ୍ତୁ । ବେଲଣା ପଟା ଉପରେ ଅଳ୍ପ ମଇଦା ଛିଛିଁ ରୁଟି ପରି ବେଲନ୍ତୁ, ବେଶି ପତଳା କରିବେନି ମୋଟା କରି ବେଲିବେ । ଏବେ ସେଥିରେ ଗୋଟିଏ ପଟେ ପୂର୍ବରୁ ପ୍ରସ୍ତୁତ ଥିବା ବଟର ମିଶ୍ରଣକୁ ମାରିବେ ଓ ଅନ୍ୟ ପଟେ ହାତରେ ପାଣି ନେଇ ଅଳ୍ପ ଅଳ୍ପ କରି ମାରିବେ । ଏବେ ତାୱା ଗରମ କରିନ୍ତୁ । ପାଣି ଲାଟିଥିବା ପଟକୁ ତାୱା ଗରମ ତାୱାରେ ପକାନ୍ତୁ । ପାଣି ଲାଗିଥିଲେ ନାନଟି ତାୱାରୁ ଖସିବ ନାହିଁ । ଏବେ ତାୱକୁ ଚୁଲା ଉପରୁ ଓଲଟାଇ ଅନ୍ୟ ପଟ ଟିକୁ ସେକି ଦିଅନ୍ତିୁ । ଟିକେ ପୋଡା ପୋଡା ଦିଶିଲେ ତାକୁ ଏକ ପ୍ଲେଟକୁ କାଢି ଆଣି ସେଥିରେ ବଟର ଲଗାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ତାୱା ନାନ୍ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।