ମହାରାଷ୍ଟ୍ରରେ ଡଙ୍ଗାବୁଡି ୪ ଛାତ୍ରଙ୍କର ମୃତ୍ୟୁ

.

Published On: Jan 13, 2018 02:44 PM IST | Updated On: Jan 13, 2018 02:45 PM IST |   294

ମୁମ୍ବାଇ: ମହାରାଷ୍ଟ୍ରରେ ସମୁଦ୍ର ଭିତରେ ଡଙ୍ଗା ବୁଡିଯିବା ଫଳରେ ୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।ଭୋଜି କରିବା  ପାଇଁ ଏକ ଡଙ୍ଗାରେ ୪୦ ଜଣ ଛାତ୍ର ଛାତ୍ରୀ  ଯାଇଥିଲେ। ଏଥିରେ ଯେତିକି ଲୋକ ରହିବା କଥା ସେମାନଙ୍କ ଠାରୁ ଅଧିକ ଲୋକ ଥିଲେ। ଡଙ୍ଗାଟି ସମୁଦ୍ର ମଝିରେ ବୁଡିଯାଇଥିଲା। କେଏଲ୍ ପୋଣ୍ଡା ଉଚ୍ଚ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଲିବା ପାଇଁ ଏକ ବୋଟରେ ଯାଇଥିଲେ। ସମୁଦ୍ରର ୨ ନଉଟିକାଲ୍ ମାଇଲ୍ ଦୂରରେ ଥିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ମହାରାଷ୍ଟର ଡାହାନୁ ଅଞ୍ଚଳରେ ଏହି ଘଟଣା ଘଟିଛି ।

ପୂର୍ବାହ୍ନ୧୧ଟା ୩୦ ସମୟରେ ଡଙ୍ଗାଟି ସମୁଦ୍ରରେ ବୁଡିଯାଇଥିଲା। ପରେ ତଟସୁରକ୍ଷା ବାହୀନୀ ସହ ବିଭିନ୍ନ ବିଭାଗ ଏହାର ଖବରପାଇ ତଲାସୀ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରୁ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ୪ ଜଣ ଛାତ୍ରଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି ।ଅନ୍ୟମାନେ ଏବେ ବି ନିଖୋଜ ଅଛନ୍ତି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ