ମହାକାଶରେ ନିର୍ମାଣ ହେବ ପଞ୍ଚତାରକା ହୋଟେଲ !

.

Published On: Jan 13, 2018 01:10 PM IST |   289

କଥାରେ ଅଛି, କିଛି ମଧ୍ୟ ଅସମ୍ଭବ ନୁହେଁ। ପ୍ରକୃତରେ ଏହି ଉକ୍ତିଟିର ଯଥାର୍ଥତା ଅଛି। ଅନେକ ଅବିଶ୍ବସନୀୟ ଘଟଣା ମଧ୍ୟ ଏବେ ସତ୍ୟରେ ରୂପାନ୍ତର ହେବାକୁ ଯାଉଛି। ଆଗାମୀ ଦିନରେ ଧନିକ ବର୍ଗର ବ୍ୟକ୍ତି ଛୁଟି କାଟିବା ନିମନ୍ତେ ଦେଶବିଦେଶ କିମ୍ବା କୌଣସି ଦ୍ବୀପ ନୁହେଁଳ ବରଂ ମହାକାଶରେ ପଞ୍ଚତାରକା ହୋଟେଲରେ ମଧ୍ୟ ରହିପାରିବେ। ଘଟଣାଟି ସତ ଅଟେ। ରୁଷିଆର ସ୍ପେସ୍ ଏଜେନ୍ସି ରସକସମସ୍ ଆଇଏନଏସ୍ ଅନ୍ତର୍ଜାତୀୟ ମହାକାଶ ​‌​ଷ୍ଟେସନରେ ପଞ୍ଚତାରକା ହୋଟେଲ ନିର୍ମାଣ କରିବ ବୋଲି ଘୋଷଣା କରିଛି। ମିଳିଥିବା ତଥ୍ୟ ଅନୁସାରେ ଏହି ପଞ୍ଚତାରକା ହୋଟେଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ। ୪ଟି ପ୍ରାଇଭେଟ୍ ରୁମ୍ ଥିବା ଏହି ହୋଟେଲର ବିଳାସମୟ କକ୍ଷ ୨ କ୍ୟୁବିକ୍ ମିଟର ପରିସୀମାରେ ନିର୍ମିତ ହେବ। ଏହା ସହ କକ୍ଷର ତଳ ଭାଗରେ ଏକ କ୍ୟାବିନ୍ ନିର୍ମିତ ହେବ, ଯେଉଁଠାରେ ବସି ଜଣେ ବ୍ୟକ୍ତି ପୃଥିବୀର ସୁନ୍ଦର ରୂପକୁ ଉପଭୋଗ କରିପାରିବ। ଏସବୁ ବାଦ୍ ଜଣେ ଗ୍ରାହକ ମହାକାଶରେ ସ୍ପେସ୍ ୱାକର ମଜା ନେଇପାରିବ। ଅତିକମରେ ୨୧୦ ମିଲିୟନ୍ ପାଉଣ୍ଡ ଏହି ହୋଟେଲ ନିର୍ମାଣରେ ଖର୍ଚ୍ଚ ହେବ। ରୁଷ ସରକାର ମଧ୍ୟ ଏହି ମହାକାଶ ପଞ୍ଚତାରକା ହୋଟେଲ ନିର୍ମାଣ ନିମନ୍ତେ ବିଶେଷ ଆଗ୍ରହ ଦେଖାଉଛନ୍ତି। ଜଣେ ବ୍ୟକ୍ତି ଦିନଟିଏ ମହାକାଶରେ ଏହି ପଞ୍ଚତାରକା ହୋଟେଲରେ ରହିବାକୁ ଚାହିଁଲେ ଅତିକମରେ ୧୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ୨ସପ୍ତାହ ପ୍ୟାକେଜ୍ ନିମନ୍ତେ ୨ ଅରବ ୫୬ କୋଟି ଟଙ୍କା ଧାର୍ୟ୍ୟ ହୋଇଛି। ୨୦୨୦ ସୁଦ୍ଧା ଏହି ମହାକାଶ ପଞ୍ଚତାରକା ହୋଟେଲ ନିର୍ମାଣର କାର୍ୟ୍ୟ ଶେଷ ହେବାର ଆକଳନ କରାଯାଉଛି। 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।