ବୋହୂକୁ ଦୁଷ୍କର୍ମ କରିବା ଅଭିଯୋଗରେ ଶ୍ୱଶୁର ଗିରଫ

.

Published On: Jan 13, 2018 12:50 PM IST | Updated On: Jan 13, 2018 05:26 PM IST |   1502

ରାଇରଙ୍ଗପୁର: ଶ୍ୱଶୁରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ନିର୍ଯାତିତା ବୋହୂ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ବାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟଲୋକ ଅର୍ଦ୍ଧଦଗ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରି ଡାକ୍ତଖାନାରେ ଭର୍ତ୍ତି କରିବା ପରେ ପୁଲିସକୁ ଖବର ଦେଇଥିଲେ । ପରେ । ଘଟଣାସ୍ଥଳରେ ଜାମସେଦପୁର ପୁଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ଦମ୍ପତ୍ତିଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ରାଇରଙ୍ଗପୁର ବଜାର ଅନ୍ତର୍ଗତ ଧରମ ଗଳି ଘଟିଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ଘରେ କେହି ନ ଥିବା ବେଳେ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଉକ୍ତ ମହିଳା ଜଣଙ୍କ ସ୍ବାମୀ ଏବଂ ପରିବାର ଲୋକଙ୍କ ଆଗରେ ଅଭିଯୋଗ କରିଥିଲେ । ପରେ ସେ ମାନସିକ ଭାରସ୍ୟାମ ହରାଇ ଗତକାଲି କୋଠା ଉପରେ ନିଜ ଦେହରେ କିରୋସିନି ଢାଳି ନାଆଁ ଲଗାଇଥିଲେ । ତାଙ୍କ ଚିତ୍କାର ଶୁଣି ସ୍ୱାମୀ ବଞ୍ଚାଇବାକୁ ଉଦ୍ୟମ କରିଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ବୋହୂର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜାମସେଦପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବୋହୂର ପରିବାର ଲୋକ ଥାନାରେ ଏତଲା କରିବା ପରେ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଶ୍ବଶୁରଙ୍କ ସହ ଅନ୍ୟ ସଦସ୍ୟ ସଂମ୍ପୃକ୍ତି ଥିବା ନେଇ ସନ୍ଦେହ କରି ପୁଲିସ ଛାନଭିନ ଚଳାଇଛି । 

ପ୍ରକାଶ ଥାଉ, ୪ ମାସ ପୂର୍ବରୁ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରି ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ସେ ଜାମସେଦପୁର ଟାଟା ‌ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ବୋହୂର ପରିବାର ଲୋକ ଅଭିଯୋଗ କରିଛନ୍ତି । 

Tags:

Like Us

Breaking News

ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର