ଭୟ ଲାଗିଲେ ବିମାନ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ !

.

Published On: Jan 13, 2018 11:28 AM IST |   518


ମିଳିଥିବା ତଥ୍ୟ ଅନୁସାରେ, ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ବିମାନ ଯାତ୍ରା କରିବାକୁ ଭୟ ପ୍ରକାଶ କରନ୍ତି। ଅନେକ ଆକାଶ ମାର୍ଗ ପାଇଁ ଡରୁଥିବାବେଳେ କେତେକଙ୍କ ମନରେ ଅନ୍ୟପ୍ରକାର ଆଶଙ୍କା ଥାଏ। ଏଭଳି ପରିସ୍ଥିତିର ମୁକାବିଲା ତଥା ଯାତ୍ରୀଙ୍କୁ ସାହସ ଯୋଗାଇବା ନିମନ୍ତେ ‘ବର୍ଜିନ୍ ଆଟଲାଣ୍ଟିକ୍ ଏୟାରଲାଇନ୍ସ’ ସୁନ୍ଦର ଘୋଷଣାଟିଏ କରିଛି। ଯଦି ଯାତ୍ରୀଙ୍କୁ ବିମାନ ଯାତ୍ରା ସମୟରେ ଭୟ ଲାଗୁଥାଏ, ତେବେ ଯାତ୍ରା ପୂର୍ବରୁ ସେ ଏ ବାବଦରେ ପରିଚାରିକାଙ୍କୁ ଅବଗତ କରାଇବା ଜରୁରୀ। ଏପରିକି ଟିକଟ୍ ବୁକିଂ ସମୟରେ ମଧ୍ୟ ବିମାନ ଯାତ୍ରୀ ଏ ବାବଦରେ ମତ ରଖିପାରିବେ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଯାତ୍ରାର କିଛି ସମୟ ପୂର୍ବରୁ ହିଁ ଏହି ବର୍ଗର ଯାତ୍ରୀଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯିବ, ଯଦ୍ଦ୍ବାରା ସେମାନଙ୍କ ମନରୁ ଭୟ ଦୂରେଇଯିବ। ଏହା ବାଦ୍ ଯଦି ବା ଯାତ୍ରୀ ବିମାନ ଯାତ୍ରାବେଳେ ଶଙ୍କିଯାନ୍ତି, ତେବେ ସେମାନଙ୍କୁ ଟିକେଟ୍ ରାଶି ଫେରସ୍ତ କରାଯିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି। ଏହି ବ୍ରିଟେନ୍ କମ୍ପାନୀର ଏପରି ଘୋଷଣା ପରେ ଅନେକ ବର୍ଗର ଲୋକେ ବିମାନ ଯାତ୍ରା କରିବା ପାଇଁ ଖୁବ୍ ଉତ୍ସାହିତ ଥିବାର ଜଣାପଡ଼ିଛି। ସର୍ବେକ୍ଷଣରୁ ପ୍ରକାଶିତ ଯେ ୭୩% ଲୋକ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବାର ଭୟ ପ୍ରକାଶ କରନ୍ତି। ଅନ୍ୟଙ୍କ ମଧ୍ୟରେ ୩୨% ଲୋକେ ରାତିରେ ବିମାନ ଯାତ୍ରା କରିବାକୁ ଭୟ କରନ୍ତି। ୩୬% ଲୋକେ ସମୁଦ୍ର ଉପରେ ବିମାନ ଯାତ୍ରା ସମୟରେ ଖୁବ୍ ଡରିଥାନ୍ତି ବୋଲି ଜଣାପଡ଼ିଛି। 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।