ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ସମାଧାନ ହେବ!

ଆଜି ବୈଠକ ଡାକିବେ ମୁଖ୍ୟ ବିଚାରପତି ଦୀପକ ମିଶ୍ର

Copy Editor RKD | Published On: Jan 13, 2018 06:49 AM IST |   551

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଶୁକ୍ରବାର ୪ଜଣ ବରିଷ୍ଠ ବିଚାରପତି ବିଦ୍ରୋହକୁ ଓହ୍ଲାଇବା ପରେ ଦୀପକ ମିଶ୍ର ଏହି ପ୍ରସଙ୍ଗରେ ନିଜ ପକ୍ଷ ରଖିଛନ୍ତି । ସୂତ୍ର ଅନୁସାରେ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ସୁପ୍ରିମକୋର୍ଟରେ ସମସ୍ତ ବିଚାରପତିଙ୍କୁ ସମାନ ଏବଂ ସ୍ୱତନ୍ତ୍ର ବୋଲି ବିଚାର କରାଯାଇଥାଏ । ସବୁ ମାମଲାକୁ ସଠିକ ଭାବେ ବଣ୍ଟନ ଯାଇଥାଏ । ସୁପ୍ରିମକୋର୍ଟର ପ୍ରାଶାସନିକ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ୪ ବରିଷ୍ଠ ବିଚାରପତି ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍‌ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ଏହି ଦୁଇ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିଲେ । ତେବେ ଶନିବାର ଏନେଇ ସୁପ୍ରିମକୋର୍ଟ ବିଚାରପତିଙ୍କ ଏକ ବୈଠକ ଡକାଯାଇ ବିବାଦର ସମାଧାନର ବାଟ ବାହାର କରାଯିବ ବୋଲି ସୂଚନା ମିଳିଛି । ଶୁକ୍ରବାର ଆହୂତ ସାମ୍ବାଦିକ ସମ୍ମିଳନୀରେ ଏହି ୪ ବିଚାରପତି ଅଭିଯୋଗ କରିଥିଲେ ଯେ ସୁପି୍ରମକୋର୍ଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାମଲା ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ପୀଠରେ ଶୁଣାଣି କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକୁ ବରିଷ୍ଠ ବିଚାରପତିଙ୍କ ନେତୃତ୍ୱ ପୀଠକୁ ଶୁଣାଣି ପାଇଁ ଦିଆଯାଉ ନାହିଁ । ଯେଉଁ ମାମଲାଗୁଡିକ ଦେଶ ଓ ନ୍ୟାୟପାଳିକା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ସେଗୁଡିକ ପ୍ରଧାନ ବିଚାରପତି ନିଜ ପସନ୍ଦର ପୀଠରେ ଶୁଣାଣି ପାଇଁ ନିର୍ଦେଶ ଦେଉଛନ୍ତି । ଏ କ୍ଷେତ୍ରରେ ଧାର୍ଯ୍ୟ ନିୟମକୁ ଉପେକ୍ଷା କରାଯାଉଛି । ସୋରାବୁଦ୍ଦିନ ଶେଖ ମିଥ୍ୟା ଗୁଳିବିନିମୟ ମାମଲାର ବିଚାର କରୁଥିବା ସିବିଆଇ ବିଚାରପତି ବିଏମ୍‌ ଲୋୟାଙ୍କ ସନେ୍ଦହଜନକ ମୃତ୍ୟୁ ଘଟଣାର ବିଚାର ବରିଷ୍ଠ ବିଚାରପତିଙ୍କ କୋର୍ଟରେ କରାଯିବା ପରିବର୍ତ୍ତେ ୧୦ନମ୍ବର କୋର୍ଟରେ କରିବାକୁ ପ୍ରଧାନ ବିଚାରପତି ନିର୍ଦେଶ ଦେଇଛନ୍ତି । ମେଡିକାଲ କଲେଜ ନାମଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ ଚେଲାମେଶ୍ୱରଙ୍କ ନେତୃତ୍ୱ ପୀଠ ୫ଜଣିଆ ପୀଠରେ କରିବାକୁ ରାୟ ଦେଇଥିଲେ । ଜଷ୍ଟିସ ଚେଲାମେଶ୍ୱରଙ୍କ ଏହି ନିର୍ଦେଶକୁ ପ୍ରଧାନ ବିଚାରପତି ଖାରଜ ପୂର୍ବକ ମାମଲାକୁ ୭ନମ୍ବର କୋର୍ଟରେ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି ସବୁବେଳେ ନିଜକୁ ବୃହତ୍ତର ପୀଠ ଅପେକ୍ଷା ଦୁଇ/ତିନି ଜଣିଆ ବିଚାରପତି ପୀଠରେ ସାମିଲ କରୁଛନ୍ତି । ଏହି ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି ଯେ ଶନିବାର ସୁପ୍ରିମକୋର୍ଟ ବିଚାରପତିଙ୍କ ସବୁ ବିବାଦର ଅନ୍ତ ହୋଇଯିବ ଓ ସବୁ ମାମଲାର ସମାଧାନ ହେବ ବୋଲି ଆଶା କରାଯାଉଛି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ