ଦକ୍ଷିଣପୂର୍ବ ରେଳପଥରେ ୨୭.୩୫ ଲକ୍ଷ ଠକେଇ

୧୦ ବର୍ଷ ପରେ ରେଳ କର୍ମଚାରୀ ଗିରଫ

Copy Editor RKD | Published On: Jan 13, 2018 02:10 AM IST | Updated On: Jan 13, 2018 07:02 AM IST |   372

ଭୁବନେଶ୍ୱର : ୨୦ ବର୍ଷ ପୂର୍ବେ କାର୍ୟ୍ୟରତ ଦକ୍ଷିଣପୂର୍ବ ରେଳବାଇର ନିରୀକ୍ଷକ ଗ୍ରେଡ୍‌-୨ ଅଶୋକ ଘୋଷଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। ଅଶୋକଙ୍କୁ ସିବିଆଇର ଟିମ୍‌ ପଶ୍ଚିମବଙ୍ଗ ଆଲିପୁଦୁରୁ ଡିଆର୍‌ଏମ୍‌ ଚୌପାଥିରୁ ଗିରଫ କରିଛି। ତାଙ୍କୁ ସେଠାରେ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଅଣାଯାଉଛି। ଆସନ୍ତାକାଲି ତାଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ଜଜ୍‌ ସିବିଆଇଙ୍କ କୋର୍ଟରେ ହାଜର କରାଯିିବ। ଅଶୋକ ଜାଲିଆତି କରି ରେଳବାଇର ୨୭,୩୫,୫୧୮ ଟଙ୍କାର ସମ୍ପତ୍ତି ଠକେଇ କରିଥିଲେ। ଏନେଇ ରେଳବାଇ ଡିଆର୍‌ଏମ୍‌ ସିବିଆଇ ନିକଟରେ ଅଭିଯୋଗ କରିବା ପରେ ୧୯୯୯ ଅଗଷ୍ଟ ୨୦ରେ ସିବିଆଇ ମାମଲା ରୁଜୁ କରିଥିଲା। କାର୍ୟ୍ୟ ନିରୀକ୍ଷକ ଅଶୋକ ରେଳବାଇର ବିଭିନ୍ନ ନିର୍ମାଣ କାମ ପାଇଁ ଗଚ୍ଛିତ ରଖାଯାଇଥିବା ଲୁହା ଛଡ ଓ ସିମେଣ୍ଟକୁ ଗାଏବ୍‌ କରି ଦେଇଥିଲେ। ଫଳରେ ଦକ୍ଷିଣପୂର୍ବ ରେଳବାଇକୁ ୨୭,୩୫,୫୧୮ ଟଙ୍କା କ୍ଷତି ସହିବାକୁ ପଡିଥିଲା । ସିବିଆଇ ଏହି ମାମଲାରେ ୨୦୦୨ ଜାନୁଆରୀ ୩୧ରେ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ଅଭିଯୋଗ ଫର୍ଦ ଦାଖଲ ହେବା ପରେ କାର୍ୟ୍ୟ ନିରୀକ୍ଷକ ଅଶୋକ ହଠାତ୍‌ କେଉଁଆଡେ ଫେରାର୍‌ ହୋଇଯାଇଥିଲେ। ୨୦୦୮ ଜୁଲାଇ ୧୫ରେ ସ୍ଥାନୀୟ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଥିଲା।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌