ଜମି କିଣାବିକା ଉପରେ ଆୟକର ନଜର

୩୦ ଲକ୍ଷ ଟପିଲେ ହିସାବନିକାଶ

Copy Editor RKD | Published On: Jan 13, 2018 02:06 AM IST |   340

ଦ୍ଭୁବନେଶ୍ୱର : ଜମି ପଞ୍ଜୀକରଣ ବ୍ୟବସ୍ଥାରେ କିଭଳି ଅଧିକ ସ୍ୱଚ୍ଛତା ଆସିପାରିବ ସେନେଇ ରାଜସ୍ୱବିଭାଗ ଗୁରୁତ୍ୱ ଦେଉଛି। ବିଭାଗ ପକ୍ଷରୁ ଇତିମଧ୍ୟରେ ଅନ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆପଣା ଯାଇଥିବାବେଳେ ପଞ୍ଜୀକରଣ ବେଳେ ନଗଦ ଅର୍ଥ‘କ୍ୟାସ୍‌ ଲେସ୍‌’ଜମାକୁ ବନ୍ଦ କରାଯାଇଛି। ଏହି ବ୍ୟବସ୍ଥାରେ କିଭଳି ଅଧିକ ସ୍ୱଚ୍ଛତା ଅଣାଯାଇ ପାରିବ ସେଥିଲାଗି ଅନ୍‌ଲାଇନ ଯୋଗେ ଏନ୍‌କମ୍ବରାନ୍‌ସ ସାର୍ଟିଫିକେଟ(ଇସି) ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଏସବୁ ସତ୍ତ୍ୱେ କେତେକ ଦୁର୍ନୀତିଗ୍ରସ୍ତ ଆଇନର ଜଳାବାଟ ଦେଇ କୋଟି କୋଟି ଟଙ୍କାର ଜମି ପଞ୍ଜୀକରଣ କରାଇ ଖସି ଯାଉଛନ୍ତି। ଏଥିରେ ରୋକ୍‌ ଲଗାଇବା ପାଇଁ ଆୟକର ବିଭାଗ ପକ୍ଷରୁ ଏବେ ସାରା ଦେଶରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାପାଇଁ ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୂପ ବ୍ୟବସ୍ଥା ଆପଣାଇବାକୁ ପଦକ୍ଷେପ ଆରମ୍ଭ ହୋଇଛି। ତେବେ ଏତେ ପରିମାଣର ଅର୍ଥ ଜମି କ୍ରେତାମାନେ କେଉଁଠାରୁ ଆଣୁଛନ୍ତି ତାହା ତାଙ୍କର ଆର୍ଥିକ କ୍ଷମତା ପରିସରଭୁକ୍ତ କି ନାହିଁ ତାହାକୁ ଏବେ ଯାଞ୍ଚ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ‘ଏନ୍‌ଜିଡିଆର୍‌ଏସ୍‌’ ପଦ୍ଧତି ଆପଣାଯାଇଛି। ରାଜ୍ୟ ସରକାର ମଧ୍ୟ ଏହି ନୀତି ସବୁ ଜିଲା ପଞ୍ଜୀକରଣ କାର୍ୟ୍ୟାଳୟରେ ଆପଣାଇବାକୁ ପ୍ରସ୍ତାବ ରଖିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ୩୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଜମି କିଣାବିକାଗୁଡିକ ଏଣିକି ଆୟକର
ବିଭାଗ ଜରିଆରେ ଯାଞ୍ଚ କରାଯିବ। ଯେଉଁ ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ୩୦ଲକ୍ଷରୁ ଅଧିକ ଟଙ୍କାର ଜମି କିଣିବେ ବା ବିକିବେ ସେମାନେ ଆୟକର ବିଭାଗ ନିକଟରେ ସମସ୍ତ ତଥ୍ୟ ରଖିବେ। ଏଥିପାଇଁ ଆୟକର ବିଭାଗ ପକ୍ଷରୁ ଫର୍ମ-୬୦ ଜରିଆରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରସ୍ତୁତ ହେବ। ଏହାଦ୍ବାରା ଜମି ପଞ୍ଜୀକରଣ କରିବାପାଇଁ ବିଭିନ୍ନ ସମୟରେ ଉପୁଜୁଥିବା ବିଳମ୍ବ ଆଉ ଦେଖାଯିବ ନାହିଁ। ଯେଉଁମାନେ ଆୟକର ବିଭାଗ ବାଟ ଦେଇ ଆସିବେ ସେମାନେ ଠିକଣା ସମୟରେ ଜମି ପଞ୍ଜୀକରଣ କରିପାରିବେ। ଏହି କ୍ଷେତ୍ରରେ ଯଦି କ୍ରେତାଙ୍କ ନିକଟରେ ପାନ୍‌କାର୍ଡ ନଥାଏ ତେବେ ତାଙ୍କୁ ଅତି ବେଶୀରେ ୧୦ଲକ୍ଷ ଟଙ୍କାର ସମ୍ପତ୍ତି କିଣିବାପାଇଁ ଅନୁମତି ଦିଆଯିବ। ଚଳିତମାସ ୪ତାରିଖରେ ଆୟକର ବିଭାଗ ମହାନିର୍ଦେଶକ କୃଷ୍ଣମୋହନ ପ୍ରସାଦ ଦେଶସାରା ଏହିନୀତି ଆପଣାଇବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟକୁ ପତ୍ର ଲେଖି ଅବଗତ କରାଇଛନ୍ତି। ତେବେ ପ୍ରାଥମିକ ପର୍ୟ୍ୟାୟରେ ପଞ୍ଜାବରେ ଏହି ପଦ୍ଧତି ଆପଣାଯାଇଛି। ଏହାଦ୍ୱାରା ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆସୁଥିବାରୁ ଏବଂ ସାଧାରଣ ଲୋକେ ତ୍ୱରିତ ସେବା ପାଉଥିବାରୁ ଏହାକୁ ରାଜସ୍ୱ ବିଭାଗ ଆପଣାଇବ ବୋଲି ସୂଚନା ମିଳିଛି।

Tags:

Like Us

Breaking News

ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର