ସମ୍ପର୍କରେ ତିକ୍ତତା ଖବର ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ

ସମ୍ପର୍କରେ ତିକ୍ତତା ଖବର ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ

Copy Editor RKD | Published On: Jan 13, 2018 01:48 AM IST | Updated On: Jan 13, 2018 01:52 AM IST |   482

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବବୁ ନାଇଡୁ କେନ୍ଦ୍ର ସହ ସମ୍ପର୍କରେ ତିକ୍ତତାର ଖବର ମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଭାଜନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ସହାୟତା ମାଗିଛନ୍ତି । ସାକ୍ଷାତକାର ଅବସରରେ ନାଇଡୁ କହିଥିଲେ ଯେ ଆନ୍ଧ୍ରପ୍ରଦେଶ କୃଷି ଉପରେ ଅଧିକ ନିର୍ଭରଶୀଳ ରହିଛି । ଦକ୍ଷିଣ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସେବା କ୍ଷେତ୍ରରେ ଆଗରେ ଥିବାବେଳେ ଆନ୍ଧ୍ୟ ସେମାନଙ୍କଠାରୁ ବହୁ ପଛରେ ପଡିଛି । ୨୦୧୬-୧୭ରେ ଆନ୍ଧ୍ରପ୍ରଦେଶରର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ରେ ସେବା କ୍ଷେତ୍ରର ଯୋଗଦାନ ୪୬% ରହିଛି । ଯେତେବେଳେ କି କର୍ଣ୍ଣାଟକରେ ଜିଏସ୍‌ଡିପିରେ ସେବା କ୍ଷେତ୍ରର ଯୋଗଦାନ ୬୪.୬୪, ତେଲେଙ୍ଗାନାରେ ୬୨.୫୬%, ତାମିଲନାଡୁରେ ୫୬.୮୮ ରହିଛି । ଦେଶର ଜିଡିପିରେ ସେବା କ୍ଷେତ୍ରର ଯୋଗଦାନ ୫୩.୬୬% ରହିଥିବାବେଳେ ଆନ୍ଧ୍ର ଏହାଠାରୁ ପଛରେ ରହିଛି । ମୁଣ୍ଡ ପିଛା ଆୟ ମାମଲାରେ ବି ଆନ୍ଧ୍ର ସବୁଠାରୁ ନିମ୍ନରେ ରହିଛି । ଅବୈଜ୍ଞାନିକ ଉପାୟରେ ବିଭାଜନ କରାଯାଇଥିବାରୁ ଆନ୍ଧ୍ରର ଅଦ୍ଭୁତପୂର୍ବ କ୍ଷତି ହୋଇଛି ବୋଲି ସେ ଦର୍ଶାଇଛନ୍ତି । ଏପର୍ଯ୍ୟନ୍ତ ଯାହା ମିଳିଛି ତାହା ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି । ତେଣୁ ଆନ୍ଧ୍ରରେ ସହରୀକରଣ ଓ ଭିତ୍ତିଭୂମିର ବୃଦ୍ଧି କରିବା ସହ ସେବା କ୍ଷେତ୍ରଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌