କେୱାଇକେଏଲର କୁଖ୍ୟାତ ସଦସ୍ୟ ଗିରଫ

କେୱାଇକେଏଲର କୁଖ୍ୟାତ ସଦସ୍ୟ ଗିରଫ

Copy Editor RKD | Published On: Jan 13, 2018 01:35 AM IST | Updated On: Jan 13, 2018 06:54 AM IST |   227

ଗୁଆହାଟି : ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ) ବିଚ୍ଛିନ୍ନତାବାଦୀ ସଂଗଠନ କାଙ୍ଗଲେଇ ୟାୱଲ କାନ୍ନା ଲୁପ (କେୱାଇକେଏଲ)ର କୁଖ୍ୟାତ ସଦସ୍ୟ ନାଓରେମ ପ୍ରେମକାନ୍ତା ସିଂହଙ୍କୁ ଶୁକ୍ରବାର ଗିରଫ କରିଛି । ୨୦୧୫ରେ ମଣିପୁରର ଚାନେ୍ଦଲ ଜିଲାରେ ସୁରକ୍ଷା କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ସାମିଲ ଥିଲା । ଏହି ଆକ୍ରମଣରେ ୧୮ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା । ପ୍ରେମକାନ୍ତା ସିଂହ କାକଚିଂ ଜିଲା ନିବାସୀ । ତା ନିକଟରୁ ଏକ ବନ୍ଧୁକ ଓ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି । ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ପରେ ପ୍ରେମକାନ୍ତା ସିଂହ ଫେରାର ଥିଲା । ଏନ୍‌ଆଇଏ ପ୍ରେମକାନ୍ତା ସିଂହ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ୨୦୧୫ ଜୁନ ୪ରେ ୪ଟି ଟ୍ରକ୍‌ରେ ୬ଡୋଗ୍ରା ରେଜିମେଣ୍ଟର ୪୬ ଜଣ ଯବାନ ଯାତ୍ରା କରୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା । ଏଥିରେ ୧୮ ଜଣ ଯବାନ ସହିଦ ହୋଇଥିଲେ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ