ୟୁପି : ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଟପରଙ୍କ ନାମରେ ନାମିତ ହେବ ସଡ଼କ

ୟୁପି : ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଟପରଙ୍କ ନାମରେ ନାମିତ ହେବ ସଡ଼କ

Copy Editor RKD | Published On: Jan 13, 2018 12:53 AM IST |   197

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ଏବଂ ଇଣ୍ଟରମିଡିଏଟ ପରୀକ୍ଷାରେ ଟପ୍‌ କରିଥିବା ଛାତ୍ରଛାତ୍ରୀଙ୍କ ନାମରେ ସେମାନଙ୍କ ଗ୍ରାମ ରାସ୍ତାକୁ ନାମକରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ୧୫୫ତମ ଜୟନ୍ତୀରେ ଶୁକ୍ରବାର ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହି ଘୋଷଣା କରିଥିଲେ । ସେ କହିଥିଲେ ଯେ ଯୁବବର୍ଗଙ୍କୁ ପ୍ରେରଣା ଦେବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏପର୍ଯ୍ୟନ୍ତ ୟୁପିର ୨୪ ଟପର ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ଗ୍ରାମକୁ ସଂଯୋଗ କରୁଥିବା ସଡ଼କକୁ ସେହି ଟପରଙ୍କ ନାମରେ ନାମିତ କରିବାକୁ କୁହାଯାଇଛି । ପ୍ରଥମ ତାଲିକାରେ ଇଣ୍ଟରମିଡିଏଟର ୧୪ ଏବଂ ହାଇସ୍କୁଲର ୧୦ ମେଧାବୀଙ୍କ ନାମ ରହିଛି ।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌