ଏଣିକି ପାସପୋର୍ଟ ପରିଚୟ ପ୍ରମାଣପତ୍ରର କାମ କରିବନି

ଏଣିକି ପାସପୋର୍ଟ ପରିଚୟ ପ୍ରମାଣପତ୍ରର କାମ କରିବନି

Copy Editor RKD | Published On: Jan 13, 2018 12:43 AM IST |   651

ନୂଆଦିଲ୍ଲୀ : ପାସପୋର୍ଟ ଏବେ ବୈଧ ପରିଚୟ ପ୍ରମାଣପତ୍ରର କାମ କରିବ ନାହିଁ । କାରଣ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଯାତ୍ରା ଦସ୍ତାବିଜର ଶେଷ ପୃଷ୍ଠାରେ ପାସପୋର୍ଟଧାରୀଙ୍କ ପରିଚୟ ପ୍ରକାଶିତ କରିବନାହିଁ ବୋଲି ନିଷ୍ପତ୍ତି ନେଇଛି । ପାସପୋର୍ଟ ଶେଷ ପୃଷ୍ଠାରେ ବାପା କିମ୍ବା ଆଇନଗତ ଅଭିଭାବକଙ୍କ ନାମ, ପାସପୋର୍ଟଧାରୀଙ୍କ ନାମ, ସ୍ତ୍ରୀ କିମ୍ବା ସ୍ୱାମୀର ନାମ ଓ ସେମାନଙ୍କ ଠିକଣା ଉଲ୍ଲେଖ ରହିଥାଏ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏବେ କୁହାଯାଇଛି ଯେ ପାସପୋର୍ଟର ଶେଷ ପୃଷ୍ଠା ଆଉ ପ୍ରକାଶିତ ହେବନାହିଁ । ଏହାସହ ଇମ୍ରିଗ୍ରେସନ ଚେକ (ଇସିଆର) (ପ୍ରବାସୀ ଯାଞ୍ଚ) ଆବଶ୍ୟକ କରୁଥିବା ପାସପୋର୍ଟଧାରୀଙ୍କୁ କମଳା ରଂଗର ପାସପୋର୍ଟ ଜାରି କରାଯିବ । ଇସିଆର ଆବଶ୍ୟକ କରୁନଥିବା ପାପୋର୍ଟଧାରୀଙ୍କୁ ନୀଳ ରଂଗର ପାସପୋର୍ଟ ଜାରି କରାଯିବ । ତିନି ସଦସ୍ୟ ବଶିଷ୍ଟ କମିଟି ସୁପାରିଶ କରିଥିଲେ ଯେ ପାସପୋର୍ଟ ନିୟମ ୧୯୬୭ ଏବଂ ପାସପୋର୍ଟ ନିୟମ ୧୯୮୦ ଅନୁସାରେ ପ୍ରକାଶ ପାଉଥିବା ପାସପୋର୍ଟ ଶେଷ ପୃଷ୍ଠା ଆଉ ପ୍ରକାଶିତ ହେବନାହିଁ । ଏହି କମିଟିରେ ବିଦେଶ ମନ୍ତ୍ରଣାଳୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଅଧିକାରୀ ରହିଥିଲେ । ସୂଚନା ଅନୁସାରେ ଏହି କମିଟି ପାସପୋର୍ଟ ଆବେଦନ ସମ୍ପର୍କିତ ବହିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିଥିଲେ । ପାଳିତ ପୁତ୍ର ଏବଂ ଏକମାତ୍ର ଅଭିଭାବକ ଥିବା ପିଲାଙ୍କ ପରିଚୟ ଉଲ୍ଲେଖ ନେଇ ଆଲୋଚନା କରାଯାଇଥିଲା । ଏହି କ୍ରମରେ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରାଯାଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।

Tags:

Like Us

Breaking News

କଟକ: ବିଜେପିରେ ମିଶିଲେ ଦୁଇ ସିନେ-ତାରକା, ଆସନ୍ତାକାଲି ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ମିଶିବେ ରାଉରକେଲା: ୩ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢଉ ପାରାଦୀପ: ପାରାଦୀପ ନୂଆଗାଁରେ ବୋମାମାଡ଼, ଘଟଣାସ୍ଥଳରୁ ଗୋଟିଏ ଅଫୁଟା ବୋମା ଜବତ ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌