ବରିଷ୍ଠ ବିଚାରପତିଙ୍କ ଉଦ୍‌ବେଗର ପ୍ରମୁଖ କାରଣ

ବରିଷ୍ଠ ବିଚାରପତିଙ୍କ ଉଦ୍‌ବେଗର ପ୍ରମୁଖ କାରଣ

Copy Editor RKD | Published On: Jan 12, 2018 11:50 PM IST |   137

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ପ୍ରଶାସନିକ କାର୍ଯ୍ୟଧାରାକୁ ନେଇ ଶୁକ୍ରବାର ୪ଜଣ ବରିଷ୍ଠ ବିଚାରପତି ଉଦ୍‌ବେଗ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟର ଏହି ବରିଷ୍ଠ ବିଚାରପତିମାନେ ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍‌ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ । ଏହି ବିଚାରପତିଙ୍କ ଉଦ୍‌ବେଗର ପ୍ରମୁଖ ୫ଟି କାରଣ ହେଉଛି: ୧- ସୁପି୍ରମକୋର୍ଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାମଲା ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ପୀଠରେ ଶୁଣାଣି କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକୁ ବରିଷ୍ଠ ବିଚାରପତିଙ୍କ ନେତୃତ୍ୱ ପୀଠକୁ ଶୁଣାଣି ପାଇଁ ଦିଆଯାଉ ନାହିଁ । ୨-ଯେଉଁ ମାମଲାଗୁଡିକ ଦେଶ ଓ ନ୍ୟାୟପାଳିକା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ସେଗୁଡିକ ପ୍ରଧାନ ବିଚାରପତି ନିଜ ପସନ୍ଦର ପୀଠରେ ଶୁଣାଣି ପାଇଁ ନିର୍ଦେଶ ଦେଉଛନ୍ତି । ଏ କ୍ଷେତ୍ରରେ ଧାର୍ଯ୍ୟ ନିୟମକୁ ଉପେକ୍ଷା କରାଯାଉଛି । ୩- ସୋରାବୁଦ୍ଦିନ ଶେଖ ମିଥ୍ୟା ଗୁଳିବିନିମୟ ମାମଲାର ବିଚାର କରୁଥିବା ସିବିଆଇ ବିଚାରପତି ବିଏମ୍‌ ଲୋୟାଙ୍କ ସନେ୍ଦହଜନକ ମୃତ୍ୟୁ ଘଟଣାର ବିଚାର ବରିଷ୍ଠ ବିଚାରପତିଙ୍କ କୋର୍ଟରେ କରାଯିବା ପରିବର୍ତ୍ତେ ୧୦ନମ୍ବର କୋର୍ଟରେ କରିବାକୁ ପ୍ରଧାନ ବିଚାରପତି ନିର୍ଦେଶ ଦେଇଛନ୍ତି । ୪-ମେଡିକାଲ କଲେଜ ନାମଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ ଚେଲାମେଶ୍ୱରଙ୍କ ନେତୃତ୍ୱ ପୀଠ ୫ଜଣିଆ ପୀଠରେ କରିବାକୁ ରାୟ ଦେଇଥିଲେ । ଜଷ୍ଟିସ ଚେଲାମେଶ୍ୱରଙ୍କ ଏହି ନିର୍ଦେଶକୁ ପ୍ରଧାନ ବିଚାରପତି ଖାରଜ ପୂର୍ବକ ମାମଲାକୁ ୭ନମ୍ବର କୋର୍ଟରେ କରିବାକୁ ନିର୍ଦେଶ ଦେଇଥିଲେ । ୫-ପ୍ରଧାନ ବିଚାରପତି ସବୁବେଳେ ନିଜକୁ ବୃହତ୍ତର ପୀଠ ଅପେକ୍ଷା ଦୁଇ/ତିନି ଜଣିଆ ବିଚାରପତି ପୀଠରେ ସାମିଲ କରୁଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।