ଚୀନର ଇସ୍ପାତରେ ନିର୍ମିତ ବୁଲେଟ ବ୍ୟବହାର କରୁଛନ୍ତି ପାକ୍‌ ଆତଙ୍କବାଦୀ

ଚୀନର ଇସ୍ପାତରେ ନିର୍ମିତ ବୁଲେଟ ବ୍ୟବହାର କରୁଛନ୍ତି ପାକ୍‌ ଆତଙ୍କବାଦୀ

Copy Editor RKD | Published On: Jan 12, 2018 11:32 PM IST |   240

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରସ୍ଥିତ ନିୟନ୍ତ୍ରଣ ରେଖା ଅପରପାଶ୍ୱର୍ରେ ସକ୍ରିୟ ଥିବା ପାକିସ୍ତାନୀ ଆତଙ୍କବାଦୀମାନେ ଭାରତୀୟ ଯବାନଙ୍କ ଉପରକୁ ଯେଉଁ ଗୁଳି ଚଳାଉଛନ୍ତି, ସେଗୁଡିକ ଚୀନର ଇସ୍ପାତରେ ନିର୍ମିତ ହୋଇଥିବା ଜଣାପଡିଛି । କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଭାରତୀୟ ଯବାନଙ୍କୁ ବୁଲେଟପ୍ରୁଫ୍‌ ଜ୍ୟାକେଟ ପିନ୍ଧିବାକୁ ଦିଆଯାଇଛି । ତେବେ ଚୀନ ନିର୍ମିତ ସ୍ୱତନ୍ତ୍ର ଧରଣର ଏହି ଇସ୍ପାତ ବୁଲେଟ ଏଭଳି ଜ୍ୟାକେଟକୁ ଭେଦ କରିବାରେ ସକ୍ଷମ ବୋଲି କୁହାଯାଇଛି । ଏଭଳି ବୁଲେଟ ବ୍ୟବହାର କରି ଆତଙ୍କବାଦୀମାନେ ଭାରତୀୟ ପାଟ୍ରୋଲିଂ ଦଳର ପ୍ରଭୂତ କ୍ଷତି କରିବାର ଆଶଙ୍କା ଉପୁଜିଛି । ଗତବର୍ଷ ଡିସେମ୍ବରରେ ପୁଲୱାମାଠାରେ ଆତଙ୍କବାଦୀମାନେ ଏହି ବୁଲେଟ ବ୍ୟବହାର କରି ପାଞ୍ଚଜଣ ସିଆରପିଏଫ୍‌ ଯବାନଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ । ଏହି ଯବାନମାନେ ବୁଲେଟପ୍ରୁଫ୍‌ ଜ୍ୟାକେଟ ପରିଧାନ କରିଥିବା ସତ୍ତ୍ୱେ ସେମାନଙ୍କ ଶରୀର ଗୁଳିବିଦ୍ଧ ହୋଇଥିଲା । ଆକ୍ରମଣରେ ଆତଙ୍କବାଦୀମାନେ କାଲାସ୍‌ନିକୋଭ୍‌ ରାଇଫଲ ଓ ଅଣ୍ଡର ବ୍ୟାରେଲ ଲଞ୍ଚର୍ସ ସମେତ ଆର୍ମର ପିୟର୍ସିଂ ବୁଲେଟ ମଧ୍ୟ ବ୍ୟବହାର କରିଥିଲେ । ଇସ୍ପାତରେ ତିଆରି ଏହି ବୁଲେଟ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନିର୍ଭୁଲଭାବେ ଭେଦ କରିଥାଏ । ଏଭଳି ବୁଲେଟରେ ବ୍ୟବହାର ହେଉଥିବା ଇସ୍ପାତକୁ ପାକିସ୍ତାନର ଗୋଳାବାରୁଦ କାରଖାନାକୁ ଯୋଗାଇ ଦିଆଯାଉଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି । ବର୍ତ୍ତମାନ ଭାରତୀୟ ଯବାନ ଯେଉଁ ବୁଲେଟପ୍ରୁଫ୍‌ ଜ୍ୟାକେଟ ବ୍ୟବହାର କରୁଛନ୍ତି, ସେଗୁଡିକ ଏଭଳି ସ୍ୱତନ୍ତ୍ର ବୁଲେଟକୁ ପ୍ରତିରୋଧ କରିପାରୁନାହିଁ । ପାକିସ୍ତାନ ଇତିପୂର୍ବରୁ ଗତ ଡିସେମ୍ବରରେ ଚୀନରୁ ୨୪୯୬ଟି ଭୂମି ଭିତ୍ତିକ ଲଞ୍ଚର୍ସ ଆମଦାନୀ କରିବା ସହ ଏହା ସାହାଯ୍ୟରେ ଭାରତୀୟ ଘାଟି ଉପରକୁ ଆକ୍ରମଣ ଜାରି ରଖୁଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।