ନାନା ପାଟୋଲେ କଂଗ୍ରେସରେ ଯୋଗଦେଲେ

ନାନା ପାଟୋଲେ କଂଗ୍ରେସରେ ଯୋଗଦେଲେ

Copy Editor RKD | Published On: Jan 12, 2018 11:31 PM IST |   570

ନୂଆଦିଲ୍ଲୀ : ବିଜେପିର ପୂର୍ବତନ ସାଂସଦ ନାନା ପାଟୋଲେ ଇତିମଧ୍ୟରେ କଂଗ୍ରେସରେ ଯୋଗଦେଇଛନ୍ତି । ସଭାପତି ରାହୁଲ ଗାନ୍ଧିଙ୍କ ସହ ପାଟୋଲେଙ୍କ ଫଟୋକୁ କଂଗ୍ରେସ ୱେବସାଇଟ୍‌ରେ ସ୍ଥାନିତ କରାଯାଇଛି । ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ପରାସ୍ତ କରି ପାଟୋଲେ ମହାରାଷ୍ଟ୍ରର ଭଣ୍ଡାରା-ଗୋଣ୍ଡିଆ ଆସନରୁ ବିଜେପି ପ୍ରାର୍ଥୀଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ମହରାଷ୍ଟ୍ରରେ ଚାଷୀଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାର ଉଚିତ ଧ୍ୟାନ ଦେଉନଥିବା ଅଭିଯୋଗ କରି ପାଟୋଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ସହ ଗତ ଡିସେମ୍ବରରେ ବିଜେପିରୁ ଇସ୍ତଫା ଦେଇଥିଲେ । ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ପାଟୋଲେ ଉଚ୍ଚପ୍ରଶଂସା କରିବା ସହ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ତାହାକୁ ସୁଚାରୁରୂପେ ସମ୍ପାଦନ କରିବେ ବୋଲି କହିଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।