ନେପାଳର ଇଣ୍ଟରନେଟ୍‌ ସେବା କ୍ଷେତ୍ରରେ ଚୀନର ପ୍ରବେଶ: ଭାରତକୁ ଧକ୍ମା

ନେପାଳର ଇଣ୍ଟରନେଟ୍‌ ସେବା କ୍ଷେତ୍ରରେ ଚୀନର ପ୍ରବେଶ: ଭାରତକୁ ଧକ୍ମା

Copy Editor RKD | Published On: Jan 12, 2018 11:21 PM IST |   321

କାଠମାଣ୍ଡୁ : ନେପାଳରେ ଇଣ୍ଟରନେଟ ସେବା କ୍ଷେତ୍ରରେ ଭାରତ ଚଳାଇଆସିଥିବା ଏକଚାଟିଆ କାରବାର ବାଧାପ୍ରାପ୍ତ ହୋଇଛି । ଏହି ସେବା କ୍ଷେତ୍ରରେ ଏବେ ଚୀନ ପ୍ରବେଶ କରିଛି । ଶୁକ୍ରବାର ଏହି ହିମାଳୟ ପାର୍ବତ୍ୟ ଦେଶରେ ଚୀନ ଅଫଟିକାଲ ଫାଇବର ଲିଙ୍କ ସେବା ଆରମ୍ଭ କରିଛି । ନେପାଳ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୋହନ ବାହାଦୁର ବାସନେଟ ଓ ଚୀନର ରାଷ୍ଟ୍ରଦୂତ ୟୁ ହଙ୍ଗ ଏହି ସେବାକୁ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟ ସେବା ପାଇଁ ନେପାଳ ସମ୍ପୂର୍ଣ୍ଣ ରୂପେ ଭାରତ ଉପରେ ନିର୍ଭର କରିଆସୁଥିଲା । ଏହି ସେବା ପାଇଁ ନେପାଳକୁ ଅଧିକ ଅର୍ଥ ଦେବାକୁ ପଡୁଥିଲା । କାରଣ ଏହା ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା । ଏବେ ଚୀନ ଇଣ୍ଟରନେଟ ସୁବିଧା ଯୋଗାଇ ଦେଇଥିବାରୁ ଭାରତର କାରବାର ବାଧାପ୍ରାପ୍ତ ହେବା ନିଶ୍ଚିତ । ଭାରତର ରାଷ୍ଟ୍ରାୟତ୍ତ କମ୍ପାନୀ ବିଏସଏନଏଲ ସହିତ ଘରୋଇ କମ୍ପାନୀ ଏୟାରଟେଲ, ଓ ଟାଟା ଟେଲିକମ୍‌ ଠାରୁ ନେପାଳ ଇଣ୍ଟରନେଟ ସେବା ନେଉଥିଲା । ଏବେ ଚୀନ ଟେଲିକମ୍‌ ଗ୍ଲୋବାଲ ଲିମିଟେଡ ଠାରୁ ମଧ୍ୟ ନେପାଳ ଇଣ୍ଟରନେଟ ସୁବିଧା ପାଇପାରିବ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।