ତାମିଲନାଡୁରେ ବସ୍‌ ଧର୍ମଘଟ ପ୍ରତ୍ୟାହୃତ

ତାମିଲନାଡୁରେ ବସ୍‌ ଧର୍ମଘଟ ପ୍ରତ୍ୟାହୃତ

Copy Editor RKD | Published On: Jan 12, 2018 11:20 PM IST |   57

ଚେନ୍ନଇ : ତାମିଲନାଡୁରେ ବେତନ ବୃଦ୍ଧି ଦାବିରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ୮ ଦିନ ଧରି ଚାଲିଥିବା ବସ୍‌ ଧର୍ମଘଟ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି । ବେତନ ବୃଦ୍ଧି ନେଇ ସରକାରଙ୍କ ସହ ବସ୍‌ ମାଲିକ ସଂଘର ବିବାଦର ସମାଧାନ ଲାଗି ମାଡ୍ରାସ୍‌ ହାଇକୋର୍ଟ ଜଣେ ଜଜ୍‌ଙ୍କୁ ନିଯୁକ୍ତ କରିବା ପରେ ସିଆଇଟିୟୁ ନେତା ଏ. ସୌନ୍ଦର୍ଯ୍ୟନ୍‌ ଗୁରୁବାର ରାତିରେ ବସ୍‌ ଧର୍ମଘଟ ପ୍ରତ୍ୟାହାର ବିଷୟରେ ଘୋଷଣା କରିଥିଲେ । ତେବେ ଏହି ଧର୍ମଘଟ ସାମୟିକ ଭାବେ ପ୍ରତ୍ୟାହାର କରାଯାଇଥିବା ସେ ସୂଚନା ଦେଇଛନ୍ତି । ଆଗକୁ ‘ପୋଙ୍ଗଲ’ ପର୍ବ ଆସୁଥିବାରୁ ରାଜ୍ୟବାସୀଙ୍କ ସୁବିଧା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୌନ୍ଦର୍ଯ୍ୟନ୍‌ କହିଛନ୍ତି । ଫଳରେ ଶୁକ୍ରବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତ୍ରୀବାହୀ ବସ୍‌ଗୁଡିକ ସ୍ୱାଭାବିକ୍‌ ଭାବେ ଯାତାୟତ କରିଥିବା ଦେଖିବାକୁ ମିଳିଛି । ଉଲ୍ଲେଖ ଯେ, ପରିବହନ ନିଗମ କର୍ମଚାରୀ ସଂଘ ପକ୍ଷରୁ ୨.୫୭ ଗୁଣ ଅଧିକ ବେତନ ବୃଦ୍ଧି ଦାବି କରାଯାଉଥିବା ବେଳେ ସରକାର ୨.୪୪ ଗୁଣ ବୃଦ୍ଧି ଲାଗି ପ୍ରସ୍ତାବ ଦେଇଛନ୍ତି । ବେତନ ବୃଦ୍ଧି ସହିତ କାର୍ଯ୍ୟନିଯୁକ୍ତ ଥିବା ତଥା ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ଦାବିରେ କର୍ମଚାରୀମାନେ ଏହି ଧର୍ମଘଟ ଡାକରା ଦେଇଥିଲେ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।