ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଲେ ଟିମ୍‌ ଇଣ୍ଡିଆ ଖେଳାଳି

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଲେ ଟିମ୍‌ ଇଣ୍ଡିଆ ଖେଳାଳି

Copy Editor AH | Published On: Jan 12, 2018 11:02 PM IST |   220


ସେଞ୍ଚୁରିଅନ୍‌ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଏଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସାକ୍ଷାତ କରିଛନ୍ତି । ଭାରତୀୟ କ୍ରିକେଟ୍‌ ଦଳର ଶିଖର ଧାୱନ୍‌, ହାର୍ଦିକ ପାଣ୍ଡ୍ୟା, କେଏଲ୍‌ ରାହୁଲ, ଅଜିଙ୍କ୍ୟ ରାହାଣେ, ପାର୍ଥିବ ପଟେଲ, ଯଶପ୍ରୀତ୍‌ ବୁମରା ଓ ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ପ୍ରମୁଖ ଉଚ୍ଚାୟୁକ୍ତଙ୍କୁ ଭେଟି ବେଶ୍‌ କିଛି ସମୟ ଅତିବାହିତ କରିଥିଲେ । ଭାରତ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ଖେଳିବା ପୂର୍ବରୁ ଉଚ୍ଚାୟୁକ୍ତଙ୍କୁ ଭେଟିବାକୁ ଯାଇଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ବେଶ୍‌ ଖୁସିରେ ଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଟିମ୍‌ ଇଣ୍ଡିଆ ସଦସ୍ୟମାନେ ପ୍ରଶଂସକମାନଙ୍କ ସହ ମିଶିବା ସହ ଅଟୋଗ୍ରାଫ୍‌ ଦେଇଥିଲେ ।


ଦଳ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଥିଲେ ମଧ୍ୟ ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି ଏବଂ ସେମାନେ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ