୩୩ ପେଟି ମଦ ସହ ଅଟୋ ଓ ସ୍କୁଟି ଜବତ, ୩ ଗିରଫ

୩୩ ପେଟି ମଦ ସହ ଅଟୋ ଓ ସ୍କୁଟି ଜବତ, ୩ ଗିରଫ

Copy Editor RKD | Published On: Jan 12, 2018 10:59 PM IST |   197

ପିପିଲି : ପିପିଲି ପୁଲିସ ଶୁକ୍ରବାର ରାତିରେ ଦୁଇଟି ସ୍ଥାନରେ ଚଢାଉ କରି ୩୩ ପେଟି ଦେଶୀ ମଦ ସହ ଏକ ଅଟୋ ଓ ସ୍କୁଟିକୁ ଜବତ କରିଛି । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ପିପିଲି ଥାନାର ନୂତନ ଅଧିକାରୀ ଶରତ ସାହୁଙ୍କ ନେତୃତ୍ୱରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଶ୍ରୀ ସାହୁଙ୍କ ନେତୃତ୍ୱରେ ଏସ୍‌ଆଇ ବିଦ୍ୟାଧର ଭୋଳ, ଏଏସ୍‌ଆଇ ବିନୟ କୁମାର ଦାସ ପ୍ରମୁଖ ଶୁକ୍ରବାର ରାତିରେ ପିପିଲି ଟୋଲ୍‌ଗେଟ୍‌ ଛକ ନିକଟରୁ ଏକ ଅଟୋକୁ ଜବତ କରିବା ସହ ସେଥିରେ ଥିବା ୩୧ ପେଟି ଦେଶୀ ଆସ୍କା-୪୦ ମଦକୁ ଜବତ କରିଥିଲେ । ବେଆଇନ ଭାବେ ଚୋରା ମଦ କାରବାର କରୁଥିବା ଦାଣ୍ଡମୁକୁନ୍ଦପୁର ନିକଟ କୋଠବାଡ ଗ୍ରାମର ତୋଫାନ ଓରଫ ପବିତ୍ର ନାୟକ ସମେତ କଟକ ବାଙ୍କି ଅଞ୍ଚଳର ଅଟୋ ଡ୍ରାଇଭର ନିବାସ ରାଉତକୁ ପୁଲିସ ଗିରଫ କରିଥିଲା । ପରେ କୋଠବାଡ ଅଞ୍ଚଳରେ ପୁଲିସ ଚଢାଉ କରି ଦିପ୍ତିରଞ୍ଜନ ନାୟକକୁ ଗିରଫ କରିବା ସହ ତା' ସ୍କୁଟିରେ ଥିବା ୨ପେଟି ଦେଶୀ ଆସ୍କା-୪୦ମଦକୁ ଜବତ କରିଥିଲା । ଗିରଫ ତୋଫାନ କଟକରୁ ବେଆଇନ ଭାବେ ଏହି ମଦ ଆଣି ପିପିଲିର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିବା ସଂପର୍କରେ ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଆସନ୍ତା କାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ