ତ୍ରିପୁରା ବିରୋଧରେ ଓଡ଼ିଶାର ବିପୁଳ ବିଜୟ

 ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି ଟ୍ୱେଣ୍ଟି୨୦: ପୋଦ୍ଦାରଙ୍କ ଅର୍ଦ୍ଧଶତକ ; ସୂର୍ଯ୍ୟକାନ୍ତଙ୍କୁ ୪ ୱିକେଟ୍‌

Copy Editor AH | Published On: Jan 12, 2018 10:57 PM IST |   137


କଟକ : ରାଞ୍ଚିରେ ଚାଲିଥିବା ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ୨ୟ ବିଜୟ ହାସଲ କରିଛି ଓଡ଼ିଶା । ଗୋବିନ୍ଦ ପୋଦ୍ଦାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୪ ୱିକେଟ ଦଖଲ ବଳରେ ଶୁକ୍ରବାର ତ୍ରିପୁରାକୁ ୭୨ ରନ୍‌ର ବିପୁଳ ବ୍ୟବଧାନରେ ଓଡ଼ିଶା ପରାସ୍ତ କରିଛି । ରାଜେଶ ଧୁପରଙ୍କ ୪୨ ଓ ଗୋବିନ୍ଦ ପୋଦ୍ଦାରଙ୍କ ୫୫ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୬ ୱିକେଟରେ ୧୭୯ ରନ୍‌ର ପ୍ରଭାବଶାଳୀ ସ୍କୋର୍‌ କରି ପାରିଥିଲା । ପରେ ସୂର୍ଯ୍ୟକାନ୍ତ ୪ଟି ୱିକେଟ ନେବାରୁ ତ୍ରିପୁରା ୧୭.୨ ଓଭରରେ ୧୦୭ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା । ୩ୟ ମ୍ୟାଚ୍‌ରେ ୨ୟ ବିଜୟ ପରେ ଓଡ଼ିଶା ୮ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ୩ୟ ମ୍ୟାଚ୍‌ରେ ତ୍ରିପୁରା ୨ୟ ପରାଜୟ ଭୋଗିଛି । ମଙ୍ଗଳବାର ଆୟୋଜକ ଝାଡ଼ଖଣ୍ଡ ବିରୋଧରେ ଓଡ଼ିଶା ୪ର୍ଥ ତଥା ଅନ୍ତିମ ମ୍ୟାଚ୍‌ ଖେଳିବ ।


ଏହି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ଯୋଗ ଦେଇଥିବା ୩ଜଣଯାକ ଖେଳାଳି- ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ ଓ ଅରବିନ୍ଦ ସିଂହ ଖେଳିବା ଯୋଗୁଁ ଓଡ଼ିଶାର ଶକ୍ତିବୃଦ୍ଧି ଘଟିଥିଲା । ସକାଳେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବ୍ୟାଟିଂ ନେଇଥିଲା । କ୍ରମାଗତ ୩ୟ ମ୍ୟାଚ୍‌ରେ ଓଡ଼ିଶାର ଓପ୍‌ନିଂ ଯୋଡ଼ି ଭଲ ବ୍ୟାଟିଂକରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ । ୭ମ ଓଭରରେ ସ୍କୋର୍‌ ୫୩ ରନ୍‌ ଥିବା ବେଳେ ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ୧୫ ବଲ୍‌ରୁ ୧୮ ରନ୍‌କରି ବିଦାୟ ନେଇଥିଲେ । ପରେ ଓପ୍‌ନର ରାଜେଶ ଧୁପର ମାତ୍ର ୩୪ ବଲ୍‌୍‌ରୁ ୬ଟି ଚୌକା ସହ ୪୨ ରନ୍‌କରି ଆଉଟ ହୋଇଥିଲେ । ପରବର୍ତ୍ତୀ ୬ ଓଭରରେ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ୬୭ ରନ୍‌ ଯୋଡ଼ଥିଲେ । ଶୁଭ୍ରାଂଶୁ ୨୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୦ ରନ୍‌ କରିଥିଲେ । ଅର୍ଦ୍ଧଶତକ ହାସଲକାରୀ ଗୋବିନ୍ଦ ମାତ୍ର ୨୮ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୫ ରନ୍‌ କରିଥିଲେ । ବିପ୍ଳବ ସାମନ୍ତରାୟ ୧୦ଟି ବଲ୍‌ରୁ ୧୫ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୫ଟି ବଲ୍‌ରୁ ୧୩ ରନ୍‌ କରିଥିଲେ । ତ୍ରିପୁରାର ଏସ୍‌. ମଜୁମଦାର ୨ଟି ୱିକେଟ ପାଇଥିଲେ । ତ୍ରିପୁରା ଅତି ଦୟନୀୟ ଭାବେ ୧୮୦ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିଲା । ୪ ଓଭରରେ ମାତ୍ର ୧୭ ରନ୍‌ରେ ଏହା ୪ଟି ୱିକେଟ ହରାଇଥିଲା । ତ୍ରିପୁରା ବାହାରର ଦୁଇ ବ୍ୟାଟ୍‌ସମ୍ୟାନ୍‌ ସ୍ମିତ୍‌ ପଟେଲ ଓ ଯଶପାଲ ସିଂହ ଖାତା ଖୋଲିନପାରି ସୂର୍ଯ୍ୟକାନ୍ତଙ୍କ ଶିକାର ହୋଇଥିଲେ । ଗୁରିନ୍ଦର ସିଂହ ୩୯ ଓ ଅଧିନାୟକ ମଣିଶଙ୍କର ମୁରାସିଂହ ୨୩ ରନ୍‌ କରିଥିଲେ ହେଁ ଉଭୟଙ୍କ ପ୍ରୟାସ ଯୋଗୁଁ ତ୍ରିପୁରା ଶହେ ରନ୍‌ ଅତିକ୍ରମ କରି ପାରିଥିଲା । ସୂର୍ଯ୍ୟକାନ୍ତ ୨୪ ରନ୍‌ଦେଇ ୪ଟି ୱିକେଟ ପାଇଥିଲେ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ