ଗଣଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ

ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ରାୟ

Copy Editor RRM | Published On: Jan 12, 2018 09:50 PM IST |   186

ସୁନ୍ଦରଗଡ଼: ତଳସରା ଥାନା ଅଞ୍ଚଳରେ ସଂଘଟିତ ଏକ ଗଣଧର୍ଷଣ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରା ଜଜ୍‌ ଦୋଲଗୋବିନ୍ଦ ବାରିକ ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଓ ଜୋରିମାନା ଆଦେଶ ଶୁଣାଇଥିବା ବେଳେ ଏହି ଘଟଣାରେ ଅପରାଧିଙ୍କୁ ଅପରାଧ କାର୍ଯ୍ୟରେ ସହଯୋଗ କରିଥିବା ଅନ୍ୟ ୨ ଯୁବକଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଥିବାର ଜଣାପଡ଼ିଛି । ସୁନ୍ଦରଗଡ଼ ସାଧାରଣ ଅଭିଯୋଜକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ନୁସାରେ ତଳସରା ଥାନା ଅଞ୍ଚଳରେ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିବା ବେଳେ ଏହା ବେଶ ଚର୍ଚ୍ଚିତ ହୋଇପଡ଼ିଥିଲା । ତଳସରା ପୁଲିସ ପ୍ରମୋଦ ଖାଲଖୋ, ସୁଦିପ ଏକ୍କା, ବେଞ୍ଜାମିନ କିଡ଼ୋ ଓ ମାଙ୍ଗ୍ରୀ ମାଝୀଙ୍କ ବିରୁଦ୍ଧରେ ଗଣଧର୍ଷଣ ମାମଲା ସମେତ ଅନ୍ୟ ଦଫାରେ ମାମଲା ରୁଜୁ କରି ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲେ । ଅତିରିକ୍ତ ଜିଲା ଦୌରା ଜଜ୍‌ ଶ୍ରୀ ବାରିକ ୨୨ଜଣ ସାକ୍ଷୀଙ୍କ ବୟାନ ଓ ପାରିପାଶ୍ୱିର୍କ ଅବସ୍ଥାକୁ ବିଚାରକୁ ନେଇ ପ୍ରମୋଦ ଖାଲଖୋ, ସୁଦିପ ଏକ୍କାକୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ୫ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଥିବା ବେଳେ ଏହି ଅପରାଧିକ କାର୍ଯ୍ୟରେ ସହଯୋଗ କରିଥିବା ମାଙ୍ଗ୍ରୀ ମାଝୀ ଓ ବେଞ୍ଜାମିନ କିଡ଼ୋଙ୍କୁ ପ୍ରମାଣ ଅଭାବରୁ ନିଦୋର୍ଷରେ ଖଲାସ କରିଦେଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକୁ୍ୟଟର ତି୍ରଲୋଚନ ପରିଡ଼ାଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ପିପି ବିନୟ ଟପ୍ପୋ ମାମଲା ପରିଚାଳନା କରୁଥିଲେ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।