କାର୍ଟୋସାଟ୍‌ ଉତ୍‌କ୍ଷେପଣ ନେଇ ପାକିସ୍ତାନ ଭୟଭୀତ

ବେସାମରିକ କ୍ଷେତ୍ରରେ ବ୍ୟବହାରକୁ ବିରୋଧ

Copy Editor AH | Published On: Jan 12, 2018 08:51 PM IST |   160


ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏହାର ୧୦୦ତମ କୃତ୍ରିମ ଉପଗ୍ରହ ‘କାର୍ଟୋସାଟ୍‌ -୨’ ଉତ୍‌କ୍ଷେପଣ କରି ଇତିହାସ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ପାକିସ୍ତାନ ମନରେ ଭୟ ସଞ୍ଚାର ହୋଇଛି । ‘କାର୍ଟୋସାଟ୍‌’ ଦ୍ୱୈତ ପ୍ରକୃତି ବିଶିଷ୍ଟ ଅର୍ଥାତ୍‌ ଉଭୟ ସାମରିକ ଏବଂ ବେସାମରିକ କ୍ଷେତ୍ରରେ ବ୍ୟବହାର ଉପଯୋଗୀ ଅଟେ । ଏହାର ବ୍ୟବହାର ଦ୍ୱାରା ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରଭାବିତ ହେବ ବୋଲି ଦର୍ଶାଇ ପାକିସ୍ତାନ ଏହାକୁ ବିରୋଧ କରିଛି । ଏପରିକି ସାମରିକ ଉଦେ୍ଦଶ୍ୟ ପୂରଣ ଲାଗି ଏପରି ଉପଗ୍ରହ ବ୍ୟବହାରଠାରୁ ଦୂରେଇ ରହିବାକୁ ପାକିସ୍ତାନ ଭାରତକୁ ସତର୍କ କରିଛି । ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘କାର୍ଟୋସାଟ୍‌’ ଉତ୍‌କ୍ଷେପଣ ପୂର୍ବରୁ ସଂକ୍ଷିପ୍ତ ସତର୍କ ସୂଚନା ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ପୃଥିବୀର ଅବଲୋକନ ନିମନ୍ତେ ଉଦ୍ଦିଷ୍ଟ ଉପଗ୍ରହ ସମେତ ମହାକାଶ ସମ୍ବନ୍ଧୀୟ ସମସ୍ତ ଜ୍ଞାନକୌଶଳର ଦ୍ୱୈତ ଉପଯୋଗିତା ରହିଛି । ଏହାକୁ ଉଭୟ ସାମରିକ ଏବଂ ବେସାମରିକ ଉଦେ୍ଦଶ୍ୟ ରଖି ବ୍ୟବହାର କରାଯାଇପାରେ । ଏଣୁ ଏହି ଉପଗ୍ରହ ବ୍ୟବହାର ଦ୍ୱାରା ଯେଭଳି ସାମରିକ ଅସ୍ଥିରତା ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ । କାରଣ ଏଭଳି କରା ନ ଗଲେ ଆଞ୍ଚଳିକ ସ୍ଥିରତା ପ୍ରଭାବିତ ହେବ ବୋଲି ପାକ୍‌ ସରକାର ଦର୍ଶାଇଛନ୍ତି ।


ସେହିଭଳି ଗୁରୁବାର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଡକ୍ଟର ମହମ୍ମଦ ଫୈଜଲ ଏହାର ବିରୋଧ କରିଥିଲେ । ସେ କହିଥିଲେ, ମହାକାଶ ସମ୍ବନ୍ଧୀୟ ଜ୍ଞାନକୌଶଳର ଶାନ୍ତିପୂର୍ଣ୍ଣ ଉପଯୋଗ ନେଇ ସମସ୍ତ ରାଷ୍ଟ୍ରର ନୈତିକ ଅଧିକାର ରହିଛି । ମାତ୍ର ଦ୍ୱୈତ ପ୍ରକୃତି ଧାରଣ କରୁଥିବା ଜ୍ଞାନକୌଶଳ ଉପଯୋଗ ଦ୍ୱାରା ଆଞ୍ଚଳିକ ସ୍ଥିରତା ପ୍ରଭାବିତ ହେବ । ଏଣୁ ସାମରିକ ଉଦେ୍ଦଶ୍ୟ ପୂରଣ ନେଇ ଏହି ଉପଗ୍ରହର ବ୍ୟବହାର କରାଯିବା ଉଚିତ ନୁହେଁ ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ, ୧୯୬୯ରେ ଭାରତ ଇସ୍ରୋ ପ୍ରତିଷ୍ଠା କରିବାର ୮ ବର୍ଷ ପୂର୍ବରୁ ୧୯୬୧ରେ ପାକିସ୍ତାନ ଏହାର ମହାକାଶ ଏବଂ ବାୟୁମଣ୍ଡଳର ଉପରିସ୍ତର ସମ୍ବନ୍ଧୀୟ ଗବେଷଣା ଆୟୋଗ (ସୁପର୍କୋ) ପ୍ରତିଷ୍ଠା କରିଥିଲା । ମାତ୍ର ଇତିମଧ୍ୟରେ ଇସ୍ରୋ ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକାର ନାସା ସମକକ୍ଷ ହୋଇପାରିଛି । କେବଳ ଭାରତ ନୁହେଁ, ବିଶ୍ୱର ଅନ୍ୟ ଦେଶଗୁଡିକର ବିଭିନ୍ନ ଉପଗ୍ରହଗୁଡିକୁ ମହାକାଶ ଉତ୍‌କ୍ଷେପଣ କରିବାରେ ମଧ୍ୟ ଏହି ସଂସ୍ଥା ସହଯୋଗ କରୁଛି ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ