ବିଶ୍ୱର ୩ ପ୍ରମୁଖ ନେତାଙ୍କ ମଧ୍ୟରେ  ପ୍ରଧାନମନ୍ତ୍ରୀ  ମୋଦି 

ଟ୍ରମ୍ପ, ଜିନପିଙ୍ଗ ଓ ପୁଟିନଙ୍କୁ ପଛରେ ପକାଇଲେ ମୋଦି 

Copy Editor AH | Published On: Jan 12, 2018 05:08 PM IST | Updated On: Jan 12, 2018 05:13 PM IST |   259

ନୂଆଦିଲ୍ଳୀ : ଏକ ଆନ୍ତର୍ଜାତିକ ସର୍ବେକ୍ଷଣ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି  । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତ ସି. ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ପ୍ରମୁଖ ୩ ଜଣ ନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି  । 

ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ଗ୍ୟାଲୁପ୍‌ ଇଣ୍ଟରନେସନାଲ୍‌ ଏହାର ବାର୍ଷିକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ନେତାମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରଖିଛି । ବିଶ୍ୱ ନେତୃବୃନ୍ଦଙ୍କ ମତାମତ ବା ‘ଓପିନିଅନ ଅଫ୍‌ ଗ୍ଲୋବାଲ ଲିଡର୍ସ’ ଶୀର୍ଷକ  ଏହି ସର୍ବେକ୍ଷଣରେ ବିଶ୍ୱର ୫୫ଟି ଦେଶର ୫୩ ହଜାର ୭୬୯ ଜଣ ବ୍ୟକ୍ତିଙ୍କର ମତାମତ ନିଆଯାଇଥିଲା  । ଫ୍ରାନ୍‌ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ଏହି ସର୍ବେକ୍ଷଣର ଶୀର୍ଷରେ ଥିବାବେଳେ ଜର୍ମାନୀ ଚାନ୍‌ସେଲର୍‌ ଅଞ୍ଜେଲା ମର୍କେଲ୍‌ ଦ୍ୱିତୀୟ ସ୍ଥାନରେ ଅଛନ୍ତି  । ଆସନ୍ତା ୨୨ ତାରିଖରେ ବିଶ୍ୱ ଇକୋନୋମିକ୍‌ ଫୋରମ୍‌ ର ଡାଭୋସ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଏହି ମାନ୍ୟତା ମିଳିବା ଅନ୍ତର୍ଜାତୀୟ ସ୍ତରରେ ଭାରତର ସମ୍ମାନ ବୃଦ୍ଧି କରିଛି  । 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।