ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଉଦଘାଟିତ

.

Copy Editor RRM | Published On: Jan 12, 2018 05:05 PM IST |   98

ଭୁବନେଶ୍ୱର: ଭୁବନେଶ୍ୱରରେ ଜେଡି ସେଣ୍ଟର ଅଫ ଆର୍ଟ ପକ୍ଷରୁ ଦ୍ୱାଦଶ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଚଳିତ ଥର ବିଷୟବସ୍ତୁ ସାହିତ୍ୟ ଉପରେ ଆଧାରିତ ରହିଥିବାବେଳେ ରାଜୁ ମିଶ୍ର , ସ୍ୱର୍ଗତ ନୀରଦ ମହାପାତ୍ରଙ୍କ ନିର୍ଦ୍ଦେଶିତ କିମ୍ବଦନ୍ତୀ ଚଳଚ୍ଚିତ୍ର ଓ ମାୟାମିରିଗ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏତଦବ୍ୟତୀତ ରାଜ୍ୟ ବିଷୟରେ ତଥ୍ୟଭିତିକ ଚଳଚ୍ଚିତ୍ର ଅହଲ୍ୟାର ବାହାଘର,ମୟୁରଭଂଜ ଛଉ ନୃତ୍ୟ, ଧଉଳିଗିରି ଶାନ୍ତିସ୍ତୂପ ଓ ପଟ୍ଟଚ୍ଚିତ୍ର ପ୍ରଦର୍ଶିତ ହେବ । ତିନିଦିନ ଧରି ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ୧୫ଟି ଆନ୍ତର୍ଜାତିକ ଚଳଚ୍ଚିତ୍ର ସହ ୧୧ଟି ଦେଶରୁ ୩୯ ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।