ଜଷ୍ଟିସ ଚେଲମେଶ୍ୱରଙ୍କୁ ଭେଟିଲେ ସାଂସଦ ଡି ରାଜା

ସାମ୍ବାଦିକ ସମ୍ମିଳନୀ ପରେ ସାଂସଦଙ୍କ ସାକ୍ଷାତକାରକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି

Sid | Published On: Jan 12, 2018 04:42 PM IST | Updated On: Jan 12, 2018 04:45 PM IST |   75

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମାମଲା ବଣ୍ଟନରେ ପକ୍ଷପାତିତାକୁ କେନ୍ଦ୍ର କରି ସାମ୍ବାଦିକ ସମ୍ମିଳନୀର ମାତ୍ର କିଛି ସମୟ ମଧ୍ୟରେ ସିପିଆଇ ନେତା ତଥା ସାଂସଦ ଡି ରାଜା ଜଷ୍ଟିସ ଚେଲମେଶ୍ୱରଙ୍କ ବାସଭବନରେ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି । ଏଭଳି ସାକ୍ଷାତକାରକୁ ନେଇ ରାଜନୈତିକ ଅଭିସନ୍ଧି ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜଷ୍ଟିସ ଚେଲମେଶ୍ୱରଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସାଂସଦ ଡି ରାଜା ଘଟଣା ସମ୍ପର୍କରେ ବିସ୍ତୃତ ଜାଣିବା ପାଇଁ ତାଙ୍କୁ ସାକ୍ଷାତ କରିଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଜଷ୍ଟିସ ଚେଲମେଶ୍ୱରଙ୍କୁ ସାଂସଦ ଡି ରାଜାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପରିଚୟ ଥିବାରୁ ସେ ତାଙ୍କ ବାସଭବନକୁ ଯାଇଥିଲେ ବୋଲି ପ୍ରକାଶ କରିଛନ୍ତି । ଜଣେ ସାଂସଦ ଭାବରେ ଦେଶର ବିଚାର ବିଭାଗୀୟ ବ୍ୟବସ୍ଥାରେ ଆସିଥିବା ଅସନ୍ତୁଳନକୁ ଜାଣିବାକୁ ସେ ଜଷ୍ଟିସ ଚେଲମେଶ୍ୱରଙ୍କ ବାସଭବନକୁ ଯାଇଥିଲେ ବୋଲି ପ୍ରକାଶ କରିଛନ୍ତି । ଏଭଳି ଘଟଣାକୁ ନେଇ କ୍ରମଶଃ ରାଜନୀତି ଜୋର ଧରିବାରେ ଲାଗିଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।