ବିଭିନ୍ନ ହୋଟେଲ ଓ ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗର ଚଢଉ

.

Published On: Jan 12, 2018 04:05 PM IST |   52

ଅନୁଗୁଳ: ଭୁବନେଶ୍ବର ପରେ ଆଜି ଅନୁଗୁଳ ଜିଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲରେ ଅଗ୍ନି ନିରାପତା ବ୍ୟବସ୍ଥା ଠିକ ଅଛି କି ନାହିଁ ତାହାର ଯାଞ୍ଚ ପାଇଁ ଚଢଉ କରାଯାଇଛି । ଆଜି ଦିନ ୧୧ଟାରୁ ଅନୁଗୁଳର ଓମ ଆପାର୍ଟମେଣ୍ଟ, ପ୍ରଫୁଲ ମିଶ୍ର ଆପାର୍ଟମେଣ୍ଟ, ରୋଟାରୀ ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ମନ୍ଦିର, ଶାନ୍ତି ହୋଟେଳ, କମଲେସ ଆଦି ହୋଟେଲ ଗୁଡିକରେ ଚଢଉ ଚାଲିଥିଲା। ଚଢଉ ସମୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନ ଥିବା ଜଣାପଡିଛି । ଆସନ୍ତାକାଲି ବିଭିନ୍ନ ଶପିଙ୍ଗ ମଲ ଓ ଘରୋଇ ନର୍ସିଂ ହୋମ ଗୁଡାକ ଉପରେ ଚଢଉ କରାଯିବାର କାର୍ଯ୍ୟକ୍ରମ ରହିଛି । ଅଗ୍ନିନିରାପତ୍ତା ବ୍ୟବସ୍ଥା ଖିଲାପ କରିଥିବା ସଂସ୍ଥା ଗୁଡିକୁ ତ୍ରୁଟି ସୁଧାରିବାକୁ ସମୟ ଦିଆଯିବ । ସମୟ ସୀମା ମଧ୍ୟରେ ଦାୟିତ୍ଵ ସଂପୂର୍ଣ୍ଣ ନକଲେ ସମ୍ପୃକ୍ତ ସଂସ୍ଥା ଗୁଡିକୁ ସିଲ କରି ଦିଆଯିବ ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ବ୍ରଜେନ୍ଦୁ ବିହାରୀ ଦାସ ସୂଚନା ଦେଇଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।