ଅସହ୍ୟ ଶୀତ, ନିଆଁ ପୁଉଁଛି ଶୁଆ !

.

Published On: Jan 12, 2018 03:23 PM IST |   234

ଏବର୍ଷ ପ୍ରବଳ ଶୀତରେ ସମସ୍ତଙ୍କ ଅବସ୍ଥା ଅସମ୍ଭାଳ ହେଲାଣି କହିଲେ ଚଳେ । ମଣିଷ ହୁଅନ୍ତୁ କି ଜୀବଜନ୍ତୁ , ଭୟଙ୍କର ଥଣ୍ଡାରେ ସମସ୍ତେ ଥରଥର । ବୟସ୍କଙ୍କ ମତରେ ଖରାର ପ୍ରକୋପ ସହି ହେବ ପଛକେ ଏ ଥଣ୍ଡା ଆଉ ଦେହରେ ଯାଉନି ।

ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଇଁବା ସାଧାରଣତଃ ଦେଖିବାକୁ ମିଳେ । କିନ୍ତୁ ନିକଟରେ ଶୁଆଟିଏ ମଧ୍ୟ ଶୀତରୁ ରକ୍ଷା ପାଇବା ପାଇଁ ପୁଉଁଥିବା ଦେଖିବାକୁ ମିଳିଛି । ଏହି ରୋମାଞ୍ଚକର ଦୃଶ୍ୟ ଉତ୍ତରପ୍ରଦେଶର ବାରାବଙ୍କି ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହା ବିଭିନ୍ନ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚିତ ବିଷୟବସ୍ତୁ ପାଲଟିଛି । 

ସ୍ଥାନୀୟ ଲୋକେ ସକାଳ ପ୍ରହରରେ କାଠିକୁଟା ଅଳିଆ ଜାଳି ନିଆଁ ପୁଇଁ ହୋଇଥାନ୍ତି । ଗତ ସୋମବାର ମଧ୍ୟ ସେଠାକାର ଛକରେ କିଛି ଲୋକ ଏକତ୍ରିତ ହୋଇ ବସିଥାନ୍ତି । ତେବେ ନିଆଁ ଲିଭିଗଲା ପରେ ମଧ୍ୟ ସେହି ସ୍ଥାନଟି ଉଷୁମ ଲାଗୁଥାଏ । ପାଖ ଗଛରେ ବସିଥିବା ଶୁଆଟିଏ ହଠାତ୍ ଉଡ଼ିଆସି ସେହି ପାଉଁଶ ପାଖରେ ବସିଲା । ଶୀତରେ ଶୁଆଟି ଗୋଟାପଣେ ଥରୁଥାଏ । ଶୁଆଟି ନିଆଁ ପାଖରେ ବସିବା ପରେ ଉପସ୍ଥିତ ଲୋକେ ଏହି ଦୃଶ୍ୟକୁ ସୁଟିଂ କରି ମଜା ନେଲେ । ଅନ୍ୟ କେତେଜଣ ଉତ୍ସୁକତା ବଶତଃ ଶୁଆ ପାଖକୁ ଆସିବା ପରେ ମଧ୍ୟ ଶୁଆଟି ଉଡ଼ିଯାଇ ନ ଥିଲା । 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।