ସୁପ୍ରିମ କୋର୍ଟରେ ମାମଲା ବଣ୍ଟନରେ ପକ୍ଷପାତିତା; ମୁହଁ ଖୋଲିଲେ ୪ ବରିଷ୍ଠ ବିଚାରପତି

ସୁପ୍ରିମ କୋର୍ଟରେ ମାମଲା ବଣ୍ଟନରେ ପକ୍ଷପାତିତା; ମୁହଁ ଖୋଲିଲେ ୪ ବରିଷ୍ଠ ବିଚାରପତି

Sid | Published On: Jan 12, 2018 02:08 PM IST | Updated On: Jan 12, 2018 03:08 PM IST |   190

ନୂଆଦିଲ୍ଲୀ - ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମାନଦଣ୍ଡ ମଳିନ ନପଡ଼ୁ । ଏଭଳି ହେଲେ କି ଆଗାମୀ ଦିନରେ ଦେଶବାସୀ ସୁପ୍ରିମ କୋର୍ଟର ସ୍ୱଚ୍ଛତା ପ୍ରତି ଆସ୍ଥା ହରାଇବେ । କାରଣ ଗଣତନ୍ତ୍ର ବ୍ୟବସ୍ଥାକୁ ଧରି ରଖିବାକୁ ହେଲେ ସୁପ୍ରିମ କୋର୍ଟର ସ୍ୱଚ୍ଛତା ପ୍ରତି ଆସ୍ଥା ଅତୁଟ ରହିବାର ଆବଶ୍ୟକତା ରହିଛି ବୋଲି ଆଜି ସୁପ୍ରିମ କୋର୍ଟର ଜଷ୍ଟିସ ଜେ ଚଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ କୁରିୟନ ଜୋସେଫ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଛନ୍ତି । କାରଣ ବିଗତ ୨ମାସ ଧରି ସୁପ୍ରିମ କୋର୍ଟ ପ୍ରଶାସନ ପକ୍ଷରୁ ମାମଲା ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଏଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ବିଚାରପତି ଚେଲମେଶ୍ୱର ଅଭିଯୋଗ ରଖିବା ସହ ଏହାର ତୁରନ୍ତ ସମାଧାନ ହେବା ଉଚିତ ବୋଲି ମତ ରଖିଥିଲେ । ପରିସ୍ଥିତି ଉପରେ ନିୟନ୍ତ୍ରଣ ରକ୍ଷା କରା ନଗଲେ ଦେଶରେ ଗଣତନ୍ତ୍ର ଲୋପ ପାଇଯିବ ବୋଲି ମଧ୍ୟ ଜଷ୍ଟିସ ଚେଲମେଶ୍ୱର ଆଶଙ୍କା ପ୍ରକାଶ କରିଛନ୍ତି । ସୁପ୍ରିମ କୋର୍ଟର କନିଷ୍ଟ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ପିଠ ଗଠନ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ପାଇଁ ଦିଆଯିବା ଘଟଣା, ବିରିଷ୍ଠ ବିଚାରପତିଙ୍କୁ ମୁଖ୍ୟ ବିଚାରପତି ଅଣଦେଖା କରୁଛନ୍ତି ସେମାନେ ଲିଖିତ ଅଭିଯୋଗ କରିଛନ୍ତି । ସୁପ୍ରିମ କୋର୍ଟରେ ଏଭଳି ବହୁତ କାର୍ଯ୍ୟ ହେଉଛି, ଯାହା ହେବା ଉଚିତ ନୁହେଁ ।

ଅପରପକ୍ଷରେ ଏହି ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ମୁଖ୍ୟ ବିଚାରପତି ଏଟୋନି ଜେନେରାଲ ବେନୁଗୋପାଲଙ୍କ ସହ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀ ପରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଡାକି ବୈଠକ କରିଛନ୍ତି । ଘଟଣାର ମାତ୍ର କିଛି ସମୟ ମଧ୍ୟରେ ତମାମ ବଡ଼ ନେତା ଘଟଣାରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ବରିଷ୍ଠ ବିଜେପି ନେତା ସୁଭ୍ରମଣ୍ୟମ ସ୍ବାମୀ ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି କଂଗ୍ରେସ ଏଭଳି ଘଟଣାକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି ମନ୍ତବ୍ୟ ଦେଇଛି।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।