ସୁସ୍ଥ ରହିବାକୁ ଚାହୁଁଛନ୍ତି କି ! ତେବେ ଖାଆନ୍ତୁ ଏସବୁ ଖାଦ୍ୟ

.

Published On: Jan 12, 2018 01:13 PM IST | Updated On: Jan 12, 2018 01:32 PM IST |   929

ବର୍ତ୍ତମାନ ସମୟରେ ପ୍ରତ୍ୟେକ ପିଢ଼ିର ଲୋକେ ନିଜ ସୁସ୍ଥତା ନିମନ୍ତେ ଖୁବ୍ ସଚେତନ ଅଟନ୍ତି । ଏଣୁ ଏଥିପାଇଁ ପ୍ରଥମେ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି । ସକାଳୁ ଉଠି ଯୋଗ କିମ୍ବା ପ୍ରାଣାୟମର ଅଭ୍ୟାସ କରିବା ପରେ ଖାଦ୍ୟପାନୀୟ ଉପରେ ଦୃଷ୍ଟି ଦେବା ଆବଶ୍ୟକ ।

ଭୋଜନରେ ଦୈନିକ ବ୍ରାହ୍ମୀ ଶାଗ ସାମିଲ କରିବା ନିହାତି ଉତ୍ତମ । ଏହି ଶାଗ ଖାଇଲେ ସ୍ମୃତି ଶକ୍ତି ବଢ଼ିବା ସହ ମସ୍ତିଷ୍କ ମଧ୍ୟ ବୟସାଧିକ୍ୟରେ ଠିକ୍ ଭାବେ କାର୍ୟ୍ୟ କରିଥାଏ ।



ସକାଳ ଜଳଖିଆ ପେଟପୂରା ଖାଇବା ଉପକାରୀ । ରୁଟି କିମ୍ବା ସନ୍ତୁଳା ଖାଇଲେ ତାହା ମେଦ ନିୟନ୍ତ୍ରଣ କରିବା ସହ ବାରମ୍ବାର ଭୋକ ଲାଗେନାହିଁ । ଏହା ସହ ଡ୍ରାଏଫ୍ରୁଟସ୍ ମଧ୍ୟ ଅଳ୍ପ ପରିମାଣରେ ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇଥାଏ ।

ଦ୍ବିପହର ଭୋଜନ ପୂର୍ବରୁ ଉଷୁମ ପାଣି ଗିଲାସେ ପିଇନେବା ଆବଶ୍ୟକ । ଭୋଜନରେ ଭାତ ପରିବର୍ତ୍ତେ ରୁଟି, ଡାଲି ଓ ସନ୍ତୁଳା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଇଚ୍ଛା ହେଲେ ସପ୍ତାହକୁ ଥରୁଟିଏ ଭାତ ଖାଇପାରନ୍ତି ।



ଟମାଟୋ, କଖାରୁ, ଅମୃତଭଣ୍ଡା ସିଝା ନିୟମିତ ଭାବେ ଖାଇଲେ ଶରୀରରେ ଉତ୍ତମ ରକ୍ତ ସଞ୍ଚାଳନ ହେବା ସହ କୋଲେଷ୍ଟରଲ ବଢ଼ିନଥାଏ ।

ରାତିଭୋଜନ ହାଲକା କରିବା ଆବଶ୍ୟକ । ସପ୍ତାହକୁ ଥରେ କିମ୍ବା ଦୁଇଥର ଆମିଷ ଭୋଜନ କରିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ । ଅଣ୍ଡା ଓ ମାଛ ଖାଇବା ମଧ୍ୟ ଭଲ ।



ଫୁଲକୋବି, ବନ୍ଧାକୋବି, ପୋଦିନା ପତ୍ର, ବ୍ରୋକୋଲି, ପାଳଙ୍ଗ ଶାଗ ଆଦି ପରିବାକୁ ନିଜ ବ୍ୟଞ୍ଜନରେ ସାମିଲ କରିବା ସ୍ବାସ୍ଥ୍ୟ ପାଇଁ ଭଲ । 

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ