ମାଟି ଅତଡା ଖସି ଚାଷୀ ମୃତ

.

Published On: Jan 12, 2018 12:55 PM IST |   157

ଦେବଗଡ: ଦେବଗଡ ଜିଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଚଢେଇମରା ଗାଁରେ ଆଜି ସକାଳେ ଏକ ଅଘଟଣ ଘଟିଛି । ମାଟି ଅତଡା ଖସି ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଚାଷୀ ଜଣଙ୍କ ହେଲେ ଫିବିଆନ୍ ଟପ୍ନୋ ।

ସୂଚନାଯୋଗ୍ୟ, ଫିବିଆନ୍ ଟପ୍ନୋ ଆଜି ସକାଳେ ନିଜ ଚାଷ ଜମିରେ ଥିବା ମାଟି ଗଦାରେ ହିଡ କାଟୁଥିବା ବେଳେ ହଠାତ୍ ଅତଡା ଖସି ପଡିଥିଲା। ଫଳରେ ମାଟି ତଳେ ଚାପି ହୋଇ ଶ୍ବାସରୁଦ୍ଧରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।