ହିନ୍ଦୁତ୍ୱ ରାଜନୀତି ଭାରତ ପାଇଁ ହାନିକାରକ : ଜିଏସ୍‌ ଖେହର

ବିଶ୍ୱ ଶକ୍ତି ହେବାରେ ଭାରତ ପାଇଁ ହିନ୍ଦୁତ୍ୱ ରାଜନୀତି ବାଧକ

Copy Editor RKD | Published On: Jan 12, 2018 06:03 AM IST |   382

ନୂଆଦିଲ୍ଲୀ : ହିନ୍ଦୁତ୍ୱ ରାଜନୀତି ଭାରତକୁ ଏକ ବିଶ୍ୱ ଶକ୍ତିରେ ପରିଣତ କରିବାରେ ବାଧକ ସଜିବ ବୋଲି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜିଏସ୍‌ ଖେହର ଗୁରୁବାର କହିଛନ୍ତି । ୨୪ତମ ଲାଲ ବାହାଦୁର ଶାସ୍ତ୍ରୀ ମେମୋରିଆଲ ଲେକ୍‌ଚରରେ ଖେହର କହିଥିଲେ ଯେ ଭାରତ ଏକ ବିଶ୍ୱ ଶକ୍ତି ହେବାର ଆଶା ରଖିଛି । ଏଥିପାଇଁ ମୁସଲମାନ ଦେଶଗୁଡ଼ିକ ସହ ଭାରତକୁ ବନ୍ଧୁତା କରିବାକୁ ପଡ଼ିବ । ଆଉ ବିଶ୍ୱରେ ମୁସଲମାନ ଦେଶ ସମୂହ ସହ ବନ୍ଧୁତ୍ୱର ହାତ ବଢାଇବାକୁ ହେଲେ ନିଜ ଦେଶରେ ମୁସଲମାନଙ୍କ ବିରୋଧ କରାଯାଇପାରିବ ନାହିଁ । ଏବେ ଯେଉଁ ହିନ୍ଦୁତ୍ୱର ରାଜନୀତି ହେଉଛି, ତାହା ଭାରତର ସ୍ୱାର୍ଥ ପାଇଁ ହିତକରକ ନୁହେଁ । ସାମ୍ପ୍ରଦାୟିକତା ଠିକ୍‌ ନୁହେଁ । ଭାରତ ୧୯୪୭ରେ ସମ୍ବିଧାନ ପ୍ରସ୍ତୁତ ବେଳେ ବୁଝିବିଚାରି ଧର୍ମନିରପେକ୍ଷତାକୁ ବାଛିଥିଲା । ୧୯୬୫ ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ସଫଳତାର ସହ ଦେଶର ନେତୃତ୍ୱ ନେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ କହୁଥିଲେ ଯେ ଭାରତ ଧର୍ମକୁ ରାଜନୀତିରେ ସାମିଲ କରିପାରିବ ନାହିଁ । ଆମ ଦେଶରେ ଏଠି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୀଉ, ଶିଖ, ପାରସି ଏବଂ ଅନ୍ୟ ଧର୍ମର ଲୋକ ରହୁଛନ୍ତି । ଏଠାରେ ମନ୍ଦିର, ମସଜିଦ ଏବଂ ଗୀର୍ଜା ରହିଛି, ହେଲେ ସବୁକୁ ରାଜନୀତିରେ ଆଣିବା ଠିକ୍‌ ନୁହଁ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।