ବାଂଲାଦେଶରେ କିସ୍ ର ଦୁଇଟି ଶାଖା ଖୋଲିବ

ଭୂମି ପୂଜନ ଉତ୍ସବ ଢାକା ଓ ଯଶୋରରେ ଅନୁଷ୍ଠିତ

Copy Editor AH | Published On: Jan 11, 2018 11:51 PM IST |   127


ଭୁବନେଶ୍ୱର: ବାଂଲାଦେଶରେ କଳିଙ୍ଗ  ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍)ର ଦୁଇଟି ଶାଖା ଖୋଲିବାକୁ ଯାଉଛି । ଏହି ଦୁଇଟି ଶାଖାର ଭୂମି ପୂଜନ ଉତ୍ସବ ୧୧ତାରିଖରେ ଢାକା ଓ ଯଶୋରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଭୟ ଉତ୍ସବରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, ଡ଼ାଫୋଡ଼ିଲ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସବୁର ଖାଁ ଓ ‘ବାଞ୍ଚତେ  ଶିଖ’ ପ୍ରତିଷ୍ଠାତା ଆଞ୍ଜେଲା ଗୋମ୍ ଉପସ୍ଥିତ ଥିଲେ । କିସ୍ ର ଗୋଟିଏ ଶାଖା ଢାକାରେ ଡ଼ାଫୋଡ଼ିଲ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଖୋଲା ଯାଇଥିବାବେଳେ ଯଶୋରରେ ବାଂଲାଦେଶର ପ୍ରତିଷ୍ଠିତ ଏନଜିଓ ‘ବାଞ୍ଚତେ  ଶିଖ’ ସହଯୋଗରେ ଖୋଲାଯାଇଛି । ଆସନ୍ତା ଶିକ୍ଷାବର୍ଷଠାରୁ କିସ୍ ର ଉଭୟ ଶାଖାରେ ପାଠ ପଢା ଆରମ୍ଭ ହେବ । କିସ୍ ର ଏହି ଉଭୟ ଶାଖା ସମ୍ପୂର୍ଣ୍ଣ ଆବାସିକ ଓ ନିଃଶୁଳ୍କ ହୋଇଥିବାବେଳେ କିସ୍ ର ଢାକା ଶାଖାରେ ଆସନ୍ତା ଶିକ୍ଷାବର୍ଷଠାରୁ ୫୦୦ ଗରିବ ବାଂଲାଦେଶୀ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ । ସେହିପରି ଯଶୋରରେ କିସ୍ ‘ବାଞ୍ଚତେ  ଶିଖ’ରେ କେବଳ ଗରିବ ଝିଅ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ । କିସ୍ ର ଢାକା ଶାଖା ପାଇଁ ଡ଼ାଫୋଡ଼ିଲ୍ ବିଶ୍ୱବିଦ୍ୟାଳୟ ଜମି ଯୋଗାଇ ଦେଇଥିବାବେଳେ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେଇଛି । ଯଶୋର ଶାଖା ପାଇଁ ‘ବାଞ୍ଚତେ  ଶିଖ’ ଜମି ଓ ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ବହନ କରିଛି । ଏହି ଦୁଇଟି ଶାଖା ପାଇଁ କିସ୍ ସମସ୍ତ ପ୍ରକାର ବୈଷୟିକ ଓ ପରିଚାଳନାଗତ ସହଯୋଗ ଯୋଗାଇଦେଉଛି । ଏହା କିସ୍‌ର ପ୍ରଥମ ଆନ୍ତର୍ଜାତୀୟ ଶାଖା । ଏଠାରେ ସୂଚନା ଯୋଗ୍ୟ, ଏହି ଦୁଇଟି ଶାଖା ଖୋଲିବାପାଇଁ ପୂର୍ବରୁ ଡ଼ାଫୋଡ଼ିଲ୍ ବିଶ୍ୱବିଦ୍ୟାଳୟ ଓ ‘ବାଞ୍ଚତେ  ଶିଖ’ସହ କିସ୍ ର ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା ।

ବାଂଲାଦେଶରେ କିସ୍ ର ଦୁଇଟି ଶାଖା ଖୋଲିବା ନେଇ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି ଆନ୍ତର୍ଜାତିକସ୍ତରରେ ଓଡ଼ିଶାର ଏକ ଅନୁଷ୍ଠାନ ସ୍ଥାନ ପାଇଥିବାବେଳେ ବିଶେଷ କରି ଓଡ଼ିଶା ‘କଳିଙ୍ଗ’ ନାମ ସ୍ଥାନ ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । କିସ୍ ମଡ଼େଲ୍ ଆଜି ସମଗ୍ର ବିଶ୍ୱରେ ଏକ ସଫଳ ମଡ଼େଲ୍ ଭାବେ ଆଦୃତ ହୋଇପାରିଛି ବୋଲି ସେ କହିଛନ୍ତି । ଯୋଗାଣକାରୀ, ଗବେଷଣା ଏବଂ ବିକାଶ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧିକାରୀ ଉପସ୍ଥିତ ରହିବେ । ଏହି ସାମ୍ବାଦିକ ସମ୍ମିଳନୀରେ ସିଏଚ୍‌ଟିର ପରାମର୍ଶଦାତ୍ତା (ବୈଷୟିକ) ଆର୍‌. କୃଷ୍ଣମୂର୍ତ୍ତି ଉପସ୍ଥିତ ଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।